STORYMIRROR

Lalita Jena

Inspirational

3  

Lalita Jena

Inspirational

ଗାଇବା ବାପାଙ୍କ ଗୁଣ

ଗାଇବା ବାପାଙ୍କ ଗୁଣ

1 min
27.6K


ଆକାଶଠୁ ବଡ ପ୍ରଶାନ୍ତ ଉଦାର
ବାପା ଡାକ ସୁମଧୁର
ବାପା ପାଶେଥିଲେଯେତେ ବାଧା ବିଘ୍ନ
ସବୁ ହୋଇଯାଏ ଦୂର
ସବୁ ତ୍ୟାଗ କରି ଥାନ୍ତି ଆମ ପାଇଁ
ମନ ରେ ନଥାଏ ଲୋଭ
କରିବ କିଏ ବାପା ଜାଗା ପୂରଣ
ତାଙ୍କ ପରି କିଏ ହବ
ମାଗିବା ଆଗରୁ ଯାଚି ଦେଉଥିବେ
ମନେ ମନେ ଯାହା ଭାବୁ
ଅଭାବ ର କଷ୍ଟ ଜଣାନ୍ତି ନାହିଁ ସେ
ଆଣିଦେଉଥିବେ ସବୁ
ସବୁ ବିପଦରେ ବାପା ସାହ ଥିବେ
ନଥାଏ ଆମକୁ ଡର
ଯେତେ ଝଡଝଞ୍ଜା ଆସେ ଜୀବନରେ
ସଜାଡି ରଖନ୍ତି ଘର
ବାପାଙ୍କ ସେନେହ ଶରଧା ଆକଟ
ଆମ ପାଇଁ ଅମୂଳ ମୁଲ
ତାଙ୍କଠୁ ଜନମି ସକଳ ପାଇଛୁ
କିଏ ହବ ସମତୁଲ
ବାପା ପରା ଆମ ଚଳନ୍ତି ଠାକୁର
କରୁଥିବା ତାଙ୍କୁ ପୂଜା
ବାପାଙ୍କର ଗୁଣ ଗାଇବା ସର୍ବଦା
ଧରି ବିଜୟର ଧ୍ୱଜା
ଭୁଲିବା ନାହିଁ ଜୀବନରେ କେବେ
ବାପା ବୋଲି ମିଠା ନାମ
ପାଦ ତଳେ ନୀତି ଜୁହାର ହୋଇଲେ
ପାଇବା ସରଗ ଧାମ

ଲଳିତା ଜେନା
ପଟିଆ, ଭୁବନେଶ୍ୱର
ମୋ -୯୦୯୦୩୪୮୦୭୧
ସାପ୍ତାହିକ ପ୍ରତିଯୋଗିତା ନିମନ୍ତେ


Rate this content
Log in

Similar oriya poem from Inspirational