STORYMIRROR

Lalita Jena

Others

3  

Lalita Jena

Others

ରଥ ଯାତରା

ରଥ ଯାତରା

1 min
13.5K


ମେଘ ବରଷିଲା ଟୁପୁରୁ ଟୁପୁରୁ

ଆଷାଢ଼ ଆସିଲା ଭାଇ

ଜଗା ବାହାରିଛି ନନ୍ଦିଘୋଷ ରଥେ

ବଡ଼ଦାଣ୍ଡ ଦୁଲୁକାଇ ।।

ଧୀରେ ଧୀରେ ରଥ ଟଣା ହେଉଥିବ

ଭକତେ ଥିବେ ତ ଘେରି

ଡାହୁକ ଭାଇଟି ଗୀତ ଗାଉଥିବ

ବେତଟି ହାତରେ ଧରି ।।

କେଡ଼େ ଶରଧାରେ ମାଉସୀ ମା 'ତାର

କରିଅଛି ପୋଡ଼ପିଠା

ଭାଇ ଓ ଭଉଣୀ ଆନନ୍ଦେ ଭୁଞ୍ଜିବେ

ତାଙ୍କ ପିଠା ବଡ଼ ମିଠା ।।

ଏକାଦଶୀ ଦିନ ସୁନା ବେଶ ଦେଖି

ସଭିଏଁ ହୋଇବେ ବାଇ

ଦ୍ଵାଦଶୀରେ ରତ୍ନ ମଣ୍ଡପରେ ବସି

ଦରଶନ ଦେବେ ସାଇଁ ।।

ଲକ୍ଷ୍ମୀ ସାଆନ୍ତାଣୀ ଗୁମାନ ଭାଙ୍ଗିବେ

କାଳିଆକୁ ପାଖେ ପାଇ

ବରଷକ ପରେ ପୁଣି ବାହାରିବେ

ଭାଇ ଭଉଣୀଙ୍କୁ ନେଇ ।।


साहित्याला गुण द्या
लॉग इन