STORYMIRROR

Nilamani Thapa

Inspirational Others

4  

Nilamani Thapa

Inspirational Others

ଏଇତ ଜୀବନ

ଏଇତ ଜୀବନ

1 min
365


ଜୀବନ ରସ୍ରୋତ ନଇଁ ନାଳ ପରି

      ଅଙ୍କା ବଙ୍କା ତାର ପଥ

            ଚାଲିବା କୁ ତ ପଡିବ

                  ସହଯାତ୍ରୀ ହୋଇ ଭାରିଜା,

                        ଚଳା ପଥ ଦେଖାଇବ ।


ଶଗଡ ଗାଡିର ଦୁଇ ଚକ

     ସିଏ ହିଁ ତ ସ୍ତ୍ରୀ ପୁରୁଷ

           ଦୁହେଁ ଦୁହିଁଙ୍କ ପରି ପୁରକ

                   ଆଗକୁ ଆଗକୁ ବଢିବ

                        ନିଶ୍ଚେ ଆୟତ୍ତ କରିବ  ।

          

ଚାଲିବା କୁ ହେବ ବହୁ ଦୂର

     ଆଗ ପଛ କୁ ମାପି ଦେଖିବ

             ତୁମକୁ ସାଥିରେ ନେଇ

                   ଚାଲୁଚାଲୂ କେବେ ଥକିବନି

                             ଅଧା ବାଟେ ଛାଡି ଦେଇ ।


ମୋ ମନ ମନ୍ଦିରେ ଆସିଛ

    ହୃଦୟ ରେ ସ୍ଥାନ ପାଇଛ

          ସୁଖେ ଦୁଃଖେ ନ ଘୁଞ୍ଚିବ

                ଦୁନିଆଁ ରେ ଦିନେ ନିଶ୍ଚୟ

                        ତୁମେ ହିଁ ସମ୍ମାନ ପାଇବ ।

         

ଅନ୍ଧାର ପଥ ଆଳୋକି ହେବ

      ନିଜେ ହିଁ ଖୋଜି ପାଇବ

              ପ୍ରକୃତ ସାଥିର ପରିଚୟ ଦେଇ

                      ନିଜକୁ ନିଜେ ଧନ୍ୟ ମଣିବ

                               ସୁଖ ଶାନ୍ତି ହିଁ ପାଇବ ।


ଚଳା ପଥର ସଂପୂର୍ଣ୍ଣ କାହାଣୀ

      ସଭି ଙ୍କୁ ପଥ ଦେଖାଇବ

           ସମାଜ ମଧ୍ୟେ ଘର କରିଥିଲେ

                  ସବୁ ସହି ବାକୁ ପଡିବ

                        ସୁସ୍ଥ ସବଳ ହିଁ ରହିବ ।


ଚାଲୁ ଚାଲୁ ଯଦି ଝୁଣ୍ଟି ପଡ

      ନିଜକୁ ଅନୂଭବ କରିପାର

            ହେଲେ ତାହା ଅପୂର୍ଣ୍ଣ ସର୍ତ୍ତ

                 ନିଜେହିଁ ସନ୍ଧାନ କରିପାରିବ

                       ତାହାହିଁ ଏଇତ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational