ଏଇ ମୋର ଗାଁ ରେ
ଏଇ ମୋର ଗାଁ ରେ


ସରଗଠାରୁ ଅତିସୁନ୍ଦର
ତା ସରି କେହି ନାହିଁ ରେ
ଏନ୍ତୁଡିଠାରୁ ଆଜିଯାଏ ତୋ
ବଢ଼ିଛି ତା ବୁକୁରେ
ଏଇ ମୋର ଗାଆଁ ରେ ।
ସୁନ୍ଦର ତାର ପରିବେଶଟି
ମନକୁ କିଣୁଥାଏ ରେ
ସାଙ୍ଗ ସାଥିର ମେଳରେ ମୁହିଁ
ଵିତିଛି କେତେ ଦିନରେ
ଏଇ ମୋର ଗାଆଁ ରେ ।
ପିଲାବେଳରେ ଦଉଡୁଥାଏ
ମାହାନ୍ତି ବ୍ରାହ୍ମଣ ସାହିରେ
ତାଙ୍କ ଘରର ପିଲାମେଳରେ
ପାଠ କୁ ଦେଲି ମନରେ
ଏଇ ମୋର ଗାଆଁ ରେ ।
ପାଠ ପଢିଲି ତାମସା କଲି
ମଞ୍ଚରେ ନାଚ କଲିରେ
ଶିକ୍ଷକମାନେ ବୋଲି ଲେ ମୁହିଁ
ବଡ଼ ନାଟୁଆ ହେବିରେ
ଏଇ ମୋର ଗାଆଁ ରେ ।
ପାଠକୁ ଆଗ ଆଖିରେ ରଖି
ବଡ଼ ଯତନ କଲିରେ
ପରିଶେଷରେ ଶିକ୍ଷକ ହୋଇ
ଗାଆଁର ଟେକ ରଖିଲିରେ
ଏଇ ମୋର ଗାଆଁ ରେ ।
ଆଗ ରେ ମୋର ବର ଗଛଟି
ମୁକ ସାକ୍ଷୀ ତୋ ଅଛି ରେ
ଓହଳତାର କଥା କହେ ତୋ
ସବୁ ବୁଝେତୋ ମୁହିଁ ରେ
ଏଇ ମୋର ଗାଆଁ ରେ।
ପିଲାବେଳର ଓହଳ ଦୋଳି
&nbs
p; ଆଜି ତୋ ଭୁଲି ନାହିଁ ରେ
ଟାହିଟାପରା କରନ୍ତି କେତେ
ମୋ ବରଗଛ ପାଇଁ ରେ
ଏଇ ମୋର ଗାଆଁ ରେ ।
ବାରି ପାଖରେ ମନ୍ଦିର ମୋର
ବିଦ୍ୟାଳୟ ତ ଅଛି ରେ
ଅଯୋଧ୍ୟା ବୋଲି ଦ୍ବିତୀୟ ସ୍ଥାନ
ପାଇ ଅଛି ତୋ ଏଠି ରେ
ଏଇ ମୋର ଗାଆଁ ରେ ।
ଆର ପାଖର ଗାଁ ରେ ଅଛି
ବିପଣି ସଙ୍ଗେ ଠାକୁର ରେ
ଛୋଟ ପିଲା ତୋ ପଢନ୍ତି ପାଠ
ବିଦ୍ୟାମନ୍ଦିର ଶୋଭେ ରେ
ଏଇ ମୋର ଗାଆଁ ରେ ।
ଗାଁ ରୁ ହସି ଆଗକୁ ପଶି
ଦେଖିବୁ କେତେ କ୍ଷେତ ରେ
କଇଁଫୁଲିଆ,ବଧିଆ ପଦା
ଶଂଖାରୀ ଶୋଭା ପାଏ ରେ
ଏଇ ମୋର ଗାଆଁ ରେ ।
ରହଣିଆ ପରି ହାକଣ୍ଡ ଆମ
ଏନ୍ତୁଡି ଯୂଇ ଜଳେ ରେ
ସୁନ୍ଦର ଆମ ଗାଁ ଆଁ ଟି ପରା
କରଞ ତାର ନାଆଁ ରେ
ଏଇ ମୋର ଗାଁଆଁ ରେ ।
ଗାଁ ଆଁ ର ଶୋଭା ବଢାଇଦିଏ
ଯାନି ଯାତରା କେତେରେ
ବନ୍ଧୁ ବାନ୍ଧବ ଆସନ୍ତି ପଶି
ଖୁସିର ଅନ୍ତ ନାହିଁ ରେ
ଏଇ ମୋର ଗାଆଁ ରେ ।