STORYMIRROR

Suman Mahuri

Inspirational

3  

Suman Mahuri

Inspirational

ଏଇ ମୋର ଗାଁ ରେ

ଏଇ ମୋର ଗାଁ ରେ

1 min
246


ସରଗଠାରୁ ଅତିସୁନ୍ଦର

       ତା ସରି କେହି ନାହିଁ ରେ

  ଏନ୍ତୁଡିଠାରୁ ଆଜିଯାଏ ତୋ

       ବଢ଼ିଛି ତା ବୁକୁରେ

          ଏଇ ମୋର ଗାଆଁ ରେ ।

ସୁନ୍ଦର ତାର ପରିବେଶଟି

       ମନକୁ କିଣୁଥାଏ ରେ

  ସାଙ୍ଗ ସାଥିର ମେଳରେ ମୁହିଁ

       ଵିତିଛି କେତେ ଦିନରେ

         ଏଇ ମୋର ଗାଆଁ ରେ । 

ପିଲାବେଳରେ ଦଉଡୁଥାଏ

       ମାହାନ୍ତି ବ୍ରାହ୍ମଣ ସାହିରେ

  ତାଙ୍କ ଘରର ପିଲାମେଳରେ 

       ପାଠ କୁ ଦେଲି ମନରେ

         ଏଇ ମୋର ଗାଆଁ ରେ ।

ପାଠ ପଢିଲି ତାମସା କଲି

       ମଞ୍ଚରେ ନାଚ କଲିରେ

  ଶିକ୍ଷକମାନେ ବୋଲି ଲେ ମୁହିଁ

       ବଡ଼ ନାଟୁଆ ହେବିରେ

          ଏଇ ମୋର ଗାଆଁ ରେ ।

ପାଠକୁ ଆଗ ଆଖିରେ ରଖି

        ବଡ଼ ଯତନ କଲିରେ

  ପରିଶେଷରେ ଶିକ୍ଷକ ହୋଇ

       ଗାଆଁର ଟେକ ରଖିଲିରେ

         ଏଇ ମୋର ଗାଆଁ ରେ ।

ଆଗ ରେ ମୋର ବର ଗଛଟି

       ମୁକ ସାକ୍ଷୀ ତୋ ଅଛି ରେ

  ଓହଳତାର କଥା କହେ ତୋ

       ସବୁ ବୁଝେତୋ ମୁହିଁ ରେ

          ଏଇ ମୋର ଗାଆଁ ରେ।

ପିଲାବେଳର ଓହଳ ଦୋଳି

        ଆଜି ତୋ ଭୁଲି ନାହିଁ ରେ

  ଟାହିଟାପରା କରନ୍ତି କେତେ

        ମୋ ବରଗଛ ପାଇଁ ରେ

          ଏଇ ମୋର ଗାଆଁ ରେ ।

ବାରି ପାଖରେ ମନ୍ଦିର ମୋର

        ବିଦ୍ୟାଳୟ ତ ଅଛି ରେ

  ଅଯୋଧ୍ୟା ବୋଲି ଦ୍ବିତୀୟ ସ୍ଥାନ

        ପାଇ ଅଛି ତୋ ଏଠି ରେ

           ଏଇ ମୋର ଗାଆଁ ରେ ।

ଆର ପାଖର ଗାଁ ରେ ଅଛି

      ବିପଣି ସଙ୍ଗେ ଠାକୁର ରେ

 ଛୋଟ ପିଲା ତୋ ପଢନ୍ତି ପାଠ

      ବିଦ୍ୟାମନ୍ଦିର ଶୋଭେ ରେ

          ଏଇ ମୋର ଗାଆଁ ରେ ।

ଗାଁ ରୁ ହସି ଆଗକୁ ପଶି

       ଦେଖିବୁ କେତେ କ୍ଷେତ ରେ

   କଇଁଫୁଲିଆ,ବଧିଆ ପଦା

       ଶଂଖାରୀ ଶୋଭା ପାଏ ରେ

          ଏଇ ମୋର ଗାଆଁ ରେ ।

ରହଣିଆ ପରି ହାକଣ୍ଡ ଆମ

       ଏନ୍ତୁଡି ଯୂଇ ଜଳେ ରେ

    ସୁନ୍ଦର ଆମ ଗାଁ ଆଁ ଟି ପରା

        କରଞ ତାର ନାଆଁ ରେ 

          ଏଇ ମୋର ଗାଁଆଁ ରେ ।

ଗାଁ ଆଁ ର ଶୋଭା ବଢାଇଦିଏ

        ଯାନି ଯାତରା କେତେରେ

    ବନ୍ଧୁ ବାନ୍ଧବ ଆସନ୍ତି ପଶି

        ଖୁସିର ଅନ୍ତ ନାହିଁ ରେ

           ଏଇ ମୋର ଗାଆଁ ରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational