STORYMIRROR

Ranjan Kumar Mishra

Tragedy

2  

Ranjan Kumar Mishra

Tragedy

ଦୁଃଖର ନାନା ବାୟା ଗୀତ

ଦୁଃଖର ନାନା ବାୟା ଗୀତ

1 min
221

ନଗଡା

ଓଡିଶା ମାନଚିତ୍ରରେ

ଏକ ଧିସର ଅଧ୍ୟାୟ

ଏଠି ମା'ର ଥନ ରୁ

ଝରେନି ଅମୃତ

ଅଧା ଶିଝା ଭାତ

ଆଉ ଆମ୍ବ ଟାକୁଆ ସହିତ

ସାଲିସ କରେ ଭୋକ

ସତରେ.....ପେଟର ଦାଉ

କେତେ ମାରାତ୍ମକ


ଅପନ୍ତରା ମାଟିର ମୋହରେ

ଦରମଲା ଜୀବନକୁ ଧରି

ଏଠି ବଞ୍ଚିବାକୁ ହୁଏ

ବେଳେ ବେଳେ ମଣିଷ

କେଉଁଠି ବି

ଜୀବନ ବଞ୍ଚେଇବା ପାଇଁ

ନର୍ଦ୍ଧମା ର ପାଣି ପିଇ ଯାଏ


ସବୁଠି ବାଘ ର ହେଣ୍ଟାଳ

ନାରୀ ଟିଏ ବଞ୍ଚିବ କେମିତି 

ଜୀବନ ଟା ବଇଶାଖୀ ଝଡ଼

ଚାରିଆଡେ ଅମାବାସ୍ୟା ରାତି


ପାଠ ପଢା ହୁଏନାହିଁ

ଅଛି ଘର , ଅଛନ୍ତି ମାଷ୍ଟର

ପ୍ରଗତିର ଚକ ଗଡୁଥାଏ

ବଢୁଥାଏ ବଜ଼ାର ର ଦର

ବଞ୍ଚିବାର ରାହା ଖୋଜି

ଦାଦନରେ ଯାଉଛି ଜୀବନ

ବେକାରୀ ସାଗର ଢେଉ

ମାଡିଚାଲେ ଗାଁ ଠୁଁ ସହର


ଏ ସବୁର ଚିତ୍ର ଆଙ୍କି ଚିତ୍ରକର ଟିଏ

ପାଉଥାଏ ରାଜ୍ୟ ପୁରସ୍କାର

ସରକାର କି ଭଗବାନଙ୍କର

ଏଠି କେବେ ପଡୁନି ନଜର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy