Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Mishra

Tragedy

2  

Ranjan Kumar Mishra

Tragedy

ବଦଳିବ କେବେ କୁହ ?

ବଦଳିବ କେବେ କୁହ ?

1 min
187


ଗରିବ ନିଇତି

ଉପାସରେ ମରେ

      ଝରାଏ ଆଖିରୁ ଲୁହ ,

(ସ୍ଥିତି)କାଲି ଯାହା ଥିଲା

ଆଜି ତାହା ଅଛି

    କେବେ ବଦଳିବ କୁହ

ଅସରନ୍ତି ଚିନ୍ତା

ଗରିବ ଝିଅର

     ଜନମ ତା' ଅଭିଶାପ ,

ନିତି ମରୁଥାଏ

ଜୀଉଁ ଥାଏ ପୁଣି

     ଶୁଣି ବୁଢୀଆଇ ଗପ

ଭେଣ୍ଡା ପୁଅ ଭୋକେ

ବିଦେଶକୁ ଯାଏ

     ଛାଡି ନୂଆ ଭୂଆଶୁଣି ,

ପେଟର ଦାଉରୁ

ବଳି ପଡ଼ିଲାଣି

    ବାତ୍ୟା ପାଇଁ ଦିନଗଣି

ଋଣ ବଢୁଥାଏ

ଦିନ ଗଡୁଥାଏ

    ବ୍ୟାଙ୍କ ଆଉ ସାହୁକାର ,

କଟାକ୍ଷ କରନ୍ତି

"ଋଣ ନ ଶୁଝିଲେ

     ନିଲାମ କରିବୁ ଘର"

ଯେଉଁଠି ଦେଖିବ

ଘରୋଇକରଣ

     ସରକାର ଗେଲ୍ହା ପୁଅ ,

ଚିକିତ୍ସା ଅଭାବେ

ଗରିବ ମରୁଛି

   ବଦଳିବ କେବେ କୁହ


Rate this content
Log in

Similar oriya poem from Tragedy