STORYMIRROR

Bisheswar behera

Fantasy Inspirational Others

3  

Bisheswar behera

Fantasy Inspirational Others

ଦୁଃଖିଆ ଅଜା

ଦୁଃଖିଆ ଅଜା

1 min
327


ଗରୀବ ହୋଇ ଜନ୍ମ ନେଇଛି ଧରିତ୍ରୀ କୋଳରେ 

ଦୁୁଇଓଳି ଦୁଇମୁଠା ଆହାର ନାହିଁ ମୋ ଭାଗ୍ୟରେ

ଝାଟମାଟି କୁଡ଼ିଆ ଘରେ ବିତି ଯାଇଛି ଦିନ

ରଜନୀରେ ଶଶାଙ୍କ ସାଥି ଆଉ ପ୍ରଭାତରେ ତପନ ।।

ଚାରି ପ୍ରାଣୀ କୁୁୁଟୁମ୍ବ ସଦା ମୋ ଉପରେ ନିର୍ଭର

ସାତସିଆଁ ବସ୍ତ୍ରରେ ଢାଙ୍କିଛି ତାଙ୍କରି ଶରୀର

ଭୋକ ଜ୍ଵାଳା ପ୍ରତିହିତ ପାଇଁ ପାଖେ ନାହିଁ ଅର୍ଥ

ସେ ଅସହାୟତା ଦେଖିଲେ ଲାଗେ ଜୀବନ ବ୍ୟର୍ଥ ।।

ବି.ପି.ଏଲ୍‌. ରାସନ କାର୍ଡ଼ ମିଳିଛି ମୋରି ନାଁରେ

ହେଲେ ସେଥିରୁ କିଛି ପଶେ ଡିଲର ପକେଟରେ

ଇନ୍ଦିରା ଆବାସ କାନ୍ଥ ଚାହିଁ ରହିଛି ଜଳକା

ସଂପୂର୍ଣ୍ଣ କରିବାକୁ ତାକୁ ମିଳୁନାହିଁ ମଉକା ।।

ତଥାପି ଆଖିରେ ଭରିଛି କେତେ ଯେ ସପନ

ସନ୍ତାନର ସୁଖ ଦେଖିବାକୁ ବ୍ୟାକୁଳିତ ମନ

ଉତ୍ତମ ଶିକ୍ଷା ଦେବି ବୋଲି ପୁଅ ଝିଅଙ୍କୁ

ପାଠ ପଢିବାକୁ ଛାଡ଼ଇ ନିତି ବିଦ୍ୟାଳୟକୁ ।।

ପ୍ରିୟ ପରିଜନ ସାଥି ନ କରନ୍ତୁ ଉପହାସ

ଗରୀବବୋଲି କେହି ମତେ ନ କରୁ ଅବିଶ୍ୱାସ

ସରକାରୀ ଯୋଜନାରେ ଫଳ ପାଇଁ ନାହିଁ ଆଶା

ଝାଳ ବୁହା ପରିଶ୍ରମର ମୂଲ ଏକା ଭରସା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bisheswar behera

Similar oriya poem from Fantasy