STORYMIRROR

Balabanta Sahu

Inspirational Others

3  

Balabanta Sahu

Inspirational Others

ଦଣ୍ଡମୁକ୍ତ ଅଞ୍ଚଳ

ଦଣ୍ଡମୁକ୍ତ ଅଞ୍ଚଳ

1 min
13.3K


ଏଇ ଭାବନାର ଅପହଞ୍ଚ ଇଲାକାରେ

ଅସ୍ତିତ୍ଵହୀନ ଲକ୍ଷାଧିକ ଇତିହାସ ପୃଷ୍ଠାର ନିମ୍ନକୁ

ଯଜମାନ ପରି ଦରକାରୀ ଥିଲା ବିଦ୍ୟାର ଯଜ୍ଞସ୍ଥଳୀରେ

ତା'ବି ସମାଜଠୁ ପାଇ ସବୁଜ ସଙ୍କେତ

ଯଦିବା ଥିଲା ଶିକ୍ଷାର୍ଥୀ ପାଇଁ ହାଇଆଲର୍ଟ ।

ଏବେ..

ଏହାବି ଗୋଟେ ଇତିହାସ ପୃଷ୍ଠା

ଆଜି ସବୁଜ ସଙ୍କେତ ପାଇଛି- "ଟୋଲ ଫ୍ରି ନମ୍ବର"

ଆଉ ତା'ସାଥେ ସାଥେ "ଦଣ୍ଡମୁକ୍ତ ଅଞ୍ଚଳ"।

ହସିଲେ ଏଠି ହିଆ ଥରେ ଶିକ୍ଷକର

ଆଉ କାନ୍ଦିଲେ ; କାୟାଛିଣ୍ଡେ...

କାହିଁକିନା ଖଡ୍ଗ ଝୁଲୁଛି ପରା ନିଜ ମୁଣ୍ଡରେ ।

 ବୁନ୍ଦା ବୁନ୍ଦା ରକ୍ତରେ ଜୁଆର ଆସେ ସତ

ତଥାପି କଣ ଉତ୍ତର ଦେଇ ହୁଏ ?

ତାଚ୍ଛଲ୍ୟ କରୁଥିବା ଆକାଶକୁ..

ଉପହାସ କରୁଥିବା ମୁକ୍ତାକାଶର ଆଜାଦ୍ ଚିଲକୁ

ଆଉ ନିର୍ଦୟ ମାନବ ବୋମାକୁ...।

 ସିମେଣ୍ଟ କାନ୍ଥରେ ରଙ୍ଗ ମୁରୁଜ

ତା'ଉପରେ ସ୍ପଷ୍ଟ ଭାବେ- "ଦଣ୍ଡମୁକ୍ତଅଞ୍ଚଳ"

ସେଇଟା ପଢୁ ପଢୁ ରାଗ ପୁଣି ନିଜ ପକେଟ୍ ରେ...।

ଏ ଅକ୍ଷରରେ ନା ଅଛି

ଭୟ , ସଂକୋଚ ,ଦ୍ଵନ୍ଦ

ନା ଅଛି ସ୍ନେହ ,ପ୍ରେମ , ଭଲପାଇବା...।

 ନାହିଁ ନଥିବା ଭିତରେ ରହିଛି ମଧ୍ୟ ଢେର୍ କିଛି

ଶୃଙ୍ଖଳା ,ଫଳାଫଳ ,ଲକ୍ଷ୍ୟ , ଉଦ୍ଦେଶ୍ୟ

ଆଉ ସବୁରି ଉପରେ ଗୁଣାତ୍ମକ ଶିକ୍ଷା ହେଲେ...,

ସବୁକିଛି କଲମ୍ ଆଉ କାଗଜ ଫର୍ଦ୍ଦରେ

କମ୍ପୁଟର ଫାଇଲ ଆଉ ଡିଜିଟାଲ ସିଗ୍ନେଚରରେ....।

କଳା ଚଷମା ଉତାରି ଯଦି ଦେଖାଯାଏ

ସବୁକିଛି ଶୁନଶାନ୍

ଗାଁ ମୁଣ୍ଡ ଅବ୍ୟକ୍ତ ଶ୍ମଶାନ ପରି...।

 ତଥାପି କାହାର ସାହସ ଯେ ?

ଅଭିଯୋଗ କରି ଧୂଳି ଫିଙ୍ଗାଇବ ନିଜ ଥାଳକୁ..।

କ’ଣ କହୁଛ ? ମୁଁ..!!

ମୋର କଉ ଛାତି ଆଉ ହୃଦୟ ଯେ ?

ମୁଁ ପରା ତା'ପ୍ରାଙ୍ଗଣର

ଗୋଟେ ନିର୍ଜୀବ କଳାପଟା ମାତ୍ର ।

 ବଲବନ୍ତ ସାହୁ ( ବବଲୁ )

ଭୂଷଲର୍ଡ, ସିନ୍ଧେକେଲା, ଟିଟିଲାଗଡ଼

ମୋ- 9078105234


Rate this content
Log in

Similar oriya poem from Inspirational