ଧରତୀ ମାଁ ର୍ ଛୁଆ
ଧରତୀ ମାଁ ର୍ ଛୁଆ
ନୀଲି ଆକାଶ୍ର୍ ତଲେଁ ,
ଧରତୀ ମାତାର୍ କୁଲେଁ
ଡାଲ୍,ପଖରା,ମାଏଟ୍ କାଦୋର୍ କୁରିଆ
ରଙ୍ଗିଆ ,ଛୁଇଁର୍ ରଙ୍ଗେ ହେଇଥିସି ରଙ୍ଗିଆ ।
ଡାକିଦେଲେ କୁଇଲି,ବନ୍ ଚେରେ
ବାଦଲ୍ ଛିଆଁ ଗଛ୍ ଡାଲେ
କେଥେ ରଙ୍ଗେ ସଜେଇ ହଇ
ଶବରେନ୍ ଧାଙ୍ଗିଡୀ ବାହାରସି କଲେ କଲେ ।।
ଟୁପଲି,ଭୁଗଲି ମୁଡେଁ ଧରି
ଝାର୍ କେ ଯାଏସି ଚରା ନୁରି,
ପଛେଁ ତାର୍ ଧଙ୍ଗଡା ଚାଲେ
ବରହା,ଖରା,ମିରିଗ୍ ମାରବା ତାର୍ ବାହାର୍ ବଲେ ।
ମଡିଆ,କୁଦୋ ,ଆମ୍ ଟାକୋଁର୍ ଜାଉ
ବଢା ସରାଗେଁ ଖାଇ ନେସନ୍ କୁରେଁ ପତରେ
ନାଇଁ ଲାଗେ କଁସା,ପିତଲ୍ ଖୁରିଗିନା ଆଉ ।
ସୂରୁଜ୍ ଲୁକଲେ ଡ଼ଙ୍ଗର୍ ତଲେଁ
ଚାଙ୍ଗୁ,ଢୋଲ୍, ମାନ୍ଦଲ୍ ତାଲେ
ଛମକଛମକ ବଜ
େଇପଏଁରୀ
ହାତ୍ କେ ହାତ୍ ମିଶେଇ କରି
ମହୁଲି, ହାଁଡ଼ିଆ ପିଇ ପେଟେ
ଗାନା ଗାଇ ଗାଇ ନାଚୁଥିସନ ମନର୍ ଉଚାଟେ ।
କେନସି Dଟୁପଲି, ଦିନ ହେଲେ
ଡ଼ଙ୍ଗର୍ ,ଝାର୍, ପରକୁତି ପୂଜସନ୍
ଖାଇପିଇ ,ନାଚିଗାଇ କେଥେ ମଉଜ ମସ୍ତି କରସନ୍ ।
ରୋଗ୍ ବେମାରେ ପଡଲେଁ କି
ଲାଗଲେ ଟଁଣ୍ଢେଇ,ଟାଙ୍ଗେନ
ଜାନି ବୁଢା ଫୁକି ଝାରି ଦେଲେ
ଉଷୋକଷା ନାଇଁ ଲାଗେ ନ ।।
ସହର୍ର୍ ଚକ୍ ଚକି ନୁଁ ଥିସନ୍ ପୁରା ଦୂର୍
ସରଲ୍ ବେଭାର, ସଫା ମନ୍
ଛନ୍ଦ କପଟ ପୁରା ଶୁଇନ୍
ପରକୁତି ମାଁ ସାଙ୍ଗେ ଜୀବନ୍ ତାକର୍ ଜୁଡା
ଇଟା ଆଏ ଆଦିବାସୀ ସମାଜ ର୍ ଆଦି କଥା
ଆଦିବାସୀ ମାନେ ଆନ୍ ଛୁଆ ମାଏଟ୍ ମାଁ ର୍ ।।