STORYMIRROR

BASANTA DASH

Tragedy

4  

BASANTA DASH

Tragedy

ଦାଦନ ଶ୍ରମିକଙ୍କ ଚିଠି

ଦାଦନ ଶ୍ରମିକଙ୍କ ଚିଠି

1 min
23.7K


କେତେ ଆଶା ନେଇ ଆସି ଥିଲି

  ଓଡିଶାରୁ ଧାଇଁ

ମୋ ଗାଆଁ ଘର ସଂସାର ଛାଡି

    ସୁଜିବି ବୋଲି ବାପାଙ୍କ ୠୁଣ ।

ଅନ୍ୟ ରାଜ୍ୟ କାମ କରି

   କରୋନା ଦେଲା ଉଜାଡି 

ୠୁଣ ସୁଜିବି କେମିତି ଲୋ ମା

    ସୁଧ ବି ଦେଇ ପାରୁନି ।

କଷ୍ଟ କରି କିଛି ଧନ ସାଇତିଲି

   ଲକ୍ ଡାଉନରେ ସରିଗଲାଣି

ବାପାଙ୍କ ଔଷଧ କିପରି ଆଣୁଛ

   ପୁଅ ଝିଅ ମୋର କିପରି ଅଛନ୍ତି ।

 ଘରଣି ରାଣି ମୋର ଭାରି ଅଭିମାନୀ

   ହେଲେ କଣ କରିବି ଲୋ ମା

ହେବନି କେଇ ଛାନିଆ

 ସରକାର ମୋର କଲେଣି ଯୋଜନା ।

ନବା ପାଇଁ ଓଡିଶା

ସରକାର ମୋର କର ଶିଘ୍ର ଯୋଜନା

ଶ୍ରମିକ ହେଲେଣି ଅଥୟ

ଲକ୍ ଡାଉନର ଶେଷ ଦିନ ପରେ ।

 ତୁମ ପ୍ରତି ସୂତୀ ଯଦି କାମ ନ କରେ 

ତା ହେଲେ ପରିଣାମ ହେବ ଭୟଙ୍କର

 ଯେତେ ଶିଘ୍ର ନେଇ ଯାଅ ଓଡିଶା

ଆମ ଭିଟା ମାଟିକୁ 

 ତୁମେ ଯଉ ନିୟମ କରିବ.

ଆମେ ତା ମାନିବୁ

ଏତିକି ଦାଦନ ଶ୍ରମିକଙ୍କ ଘୁହାରି ଶୁଣ ହେ ସରକାର

   ମାସେ ହେଲା କାମ ନାହିଁ                

  ହେଲେ କମ୍ପାନୀ ମଜଦୂରି ପଇସା ଦେଉ ନାହିଁ

   କେମିତି ରହିବୁ କୁଅ ସରକାର

ସରକାର ହେ ଦାଦନ ଶ୍ରମିକ ବିନତି କରୁଛି

   ନେଇ ଯାଅ ତାର ଭିଟା ମାଟିକୁ  

ତୁମେ ଯଉ ନିୟମ କାନୁନୁ ବନୟିବ

  ଆମେ ସେହି ନିୟମ ମାନିବୁ

ଚଉଦ ଦିନ(୧୪)- ପଞ୍ଚାୟତ ଅଫିସି ଘରେ 

   କ୍ବାରନଣ୍ଟାଇନରେ ରହିବୁ

ଏତିକି ଆମର ଜଗତର ନାଥ ଜଗନ୍ନାଥ ପାଖରେ ପ୍ରାର୍ଥନା

   ଓଡିଶା ସରକାର ଆମକୁ ଫେରାଇ ନବ ଓଡିଶା

     ଆମର ବିଶ୍ବାସ...ସେଥିପାଇଁ ଆମ ହୃଦୟରେ ରହିଥିବ

ସାରା ଜୀବନ !

           

          ଇତି ...ଦାଦନ ଶ୍ରମିକ

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy