STORYMIRROR

Badal Maharana

Tragedy

2  

Badal Maharana

Tragedy

ଚିଠିରେ ଚିଠିରେ

ଚିଠିରେ ଚିଠିରେ

3 mins
277

          


ମୋର ସ୍ଵପ୍ନ ର          ରାଜରାଣୀ ତୁମେ

      ତୁମେ ମୋ ଲାବଣ୍ୟବତୀ

ପ୍ରେମ ରାଇଜରେ       ଆମେ ଉଡ଼ା ପକ୍ଷୀ

        ଉଡୁଥିଲେ ଦିନ ରାତି।


ସାତ ଜନ୍ମ ପାଇଁ          ଶପଥ କରିଲେ

         ହେବା ଦୁହେଁ ଦୁହିଁ ଙ୍କର

ସାମାନ୍ୟ କଥାରେ       ଭୁଲିଗଲ ମତେ

       କରି ଦେଲ ତୁମେ ପର।


କେବେ ଆସିଲନି        ଦେଖାବି ଦେଲନି

        କଥାବାର୍ତ୍ତା ଦୂରେ ଥାଉ

ତୁମରି କଥାରେ          ପ୍ରେମରୁ ବନ୍ଧୁତ୍ଵ

        ହୋଇ ପାରିବ ନି ଆଉ ।


ହଜିଗଲ ପ୍ରିୟା          ତୁମ ରାଇଜରେ

        ସନ୍ଧାନ ପାଇଲି ନାହିଁ

ଆଜି ମୁଁ ଲେଖୁଛି       ଚିଠିଟିଏ ପ୍ରିୟା

       ତୁମକୁ ହିଁ ଦେବା ପାଇଁ।


ଚିଠିର ଆରମ୍ଭେ          ପ୍ରିୟର ଜେଲୁ

        କେଉଁଠି କେମିତି ଅଛ

ମୁଁ ଭଲ ନାହିଁ             ତୁମରି ଚିନ୍ତାରେ

     ଯେପରି ଜଳ ଅଭାବରେ ମାଛ ।


ଚିଠିରେ ଚିଠିରେ        କହୁଅଛି ଆଜି

        ମୋର ମର୍ମ କାହାଣୀ

ତୁମକୁ ଭଲ ପାଏ       ପ୍ରାଣଠାରୁ ବେଶୀ

     ମିଠା ଲାଗେ ତୁମ ଚାହାଣୀ ।


ପ୍ରଥମ ଦେଖାରୁ         ଆଖି ମିଶିଗଲା

        ହୃଦୟଟା ଯୋଡି ହେଲା

ମୋର ହୃଦୟର         ଅନାବିଳ ପ୍ରଶ୍ନ

      ତୁମ ହୃଦୟ ଜାଣି ଦେଲା।


ପ୍ରେମ ହୋଇଗଲା      ହୋଇତ ଚାଲିଲା

        ଦୁହେଁ ଦୁହିଁଙ୍କର ପାଇଁ

ସବୁ ସ୍ଵପ୍ନ ମୋର        ଧ୍ବଂସ ହୋଇଗଲା

        ତୁମକୁ ହରେଇ ଦେଇ ।


ଏ ଚିଠି ରେ ଅଛି      ମୋର ସବୁ କଥା

         ଦୟାକରି ପଢିଦେବ

ମୋର ଯଦି କିଛି      ଭୁଲ ଥିବ ପ୍ରିୟା

.       ହୃଦୟରୁ କ୍ଷମା ଦେବ।


ଶେଷରେ ଲେଖୁଛି      ଇତି ମୋର ପ୍ରିୟା

            ମୁହିଁ ତୁମର ବାବୁ

ଠିକଣା ତୁମର           ଜାଣି ନାହିଁ ପ୍ରିୟା

           ଲେଖିଦେଲି ଚିଠି ସବୁ ।


ଡାକ ବାଲା ମୋର       ଚିଠି ନେଲା ନାହିଁ

             ଠିକଣା ଅଭାବ ଅଛି

ଚିଠିରେ ଚିଠିରେ         ଲେଖିଥିଲି ସବୁ

             ମନର ସ୍ମୃତି କୁ ସଞ୍ଚି ।


ଆରେ ପବନତୁ            ନେଇ ଯା ଚିଠିଟା

          ଅଜ୍ଞାତ ପୁରକୁ ଟିକେ

ମନା କରେନା ରେ       ଠିକଣା ନାହିଁ ବୋଲି 

    ମୋ ମନର କୋହକୁ ଦେଖେ ।


ଏ ଚିଠି ତୁ ମୋ              ଭରସା ଭାଙ୍ଗିବୁନି

            ଭାସିଯା ପବନ ସଙ୍ଗେ

ଆଜି ବି ତୋର                ମର୍ଯ୍ୟଦା ଅଛି

            ରହି ଥିବ ଯୁଗେ ଯୁଗେ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy