ଛାଡଖାଇ
ଛାଡଖାଇ
ବିଦାୟ ନେଇଛି କାର୍ତ୍ତିକ ମାସ ପୁଣି ଆସିବ ଆର ବର୍ଷକୁ
ଜନ ଗହଳି ରେ ଫାଟି ପଡୁଛି ଆମିଷ ଦୋକାନ ମୋଡ଼ି ।
ଖାଇବାକୁ କୁକୁଡ଼ା ଓ ଛେଳି ର ବେକ କୁ
ଅର୍ଥ କୁ ଅନର୍ଥ କରି ଆଜିର ମଣିଷ ହୋଇଛି ବାଟବଣା ।
ଛାଡ଼ଖାଇ ଆମିଷ ଦିବସ ରୂପେ ପାଳନ କରିବାକୁ ବଜାଉଛି ବାଜଣା
କାର୍ତ୍ତିକ ମାସରେ ଛାଡିଥିବା ଖାଦ୍ୟ ଯଥା ଆଳୁ,ବାଇଗଣ,ଛୁଇଁ ,ଇତ୍ୟାଦି ନଖାଇ ଆମିଷ ଖାଇ ମନାଉଛି ସେ ଆଜି ଛାଡଖାଇ ।
ପୁଣ୍ୟ ବଦଳରେ ପାପ ର ଭାଗୀଦାର ହେଉଛି ଆଜିର ନିର୍ବୋଧ ମଣିଷ
ଜୀବ ହତ୍ୟା ଭଳି ମହାପାପ ଭାଗୀଦାର ହୋଇ ସେ ଆଜି କରି ଚାଲିଛି ନିଜେ ନିଜର ହିଁ ସର୍ବନାଶ।
