Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Inspirational

3  

subrat kumar jena

Inspirational

ବୁଝିଛି ବୋଲିତ

ବୁଝିଛି ବୋଲିତ

2 mins
217



ବୁଝିଛି ବୋଲିତ!!

ପେଟର ଭୋକକୁ,

ମନର ଶୋଷକୁ,

ଶେଷରେ ଦେହର କାମନାକୁ,

ନିୟନ୍ତ୍ରଣ କରି ରଖିଛି ମନର ବେଗକୁ,

ଦେହକୁ ଜାଳିଛି ପରୀକ୍ଷାର ଦାହରେ,

ଯଦିଓ ଅନେକାଂଶରେ ଅସମ୍ଭବ ଏହା,

ତଥାପି କେମିତି ମର୍ଯ୍ୟାଦାକୁ ଆତ୍ମାହୁତି ଦେବାକୁ ଛାଡ଼ିଥାନ୍ତି,

କାମନାର ସ୍ୱର୍ଥୀ ଯଜ୍ଞରେ,

ଅପବିତ୍ର କରିଥାନ୍ତି ଭରତଙ୍କ ଭାରତ ନିତୀକୁ ।


ବୁଝିଛି ବୋଲିତ !!

ଗାଁ ମୁଣ୍ଡ ବରଗଛର ଦୁଃଖକୁ,

ବେଳ ଅବେଳରେ ଢାଳି ଦିଏ କିଛି ପାଣି,

ଯଦିଓ ଜାଣେ ନିଶ ପାଣିରେ କଣ ଶୋଷ ମେଂଟେ,

ତଥାପି ଅଟକାଇ ପାରେନି ନିଜକୁ,

କେତେ ସଂଜ ସକାଳ କଟିଥିଲା ତା ମୂଳରେ,

ଶୈଶବରୁ ଆରମ୍ଭ କରି ମୁଁ ଆଜି ଯୌବନରେ,

ସେ କିନ୍ତୁ ବୁଢା ହୋଇଯାଇଛି,

ନିଜର ପ୍ରିୟ କାୟାକଳ୍ପକୁ ହରାଇ ଧିରେ ଧିରେ,

କେବେ ସମୟର ମାଡରେ,

କେବେ ସ୍ୱର୍ଥୀ ମଣିଷର ଲୋଲୁପ ଦୃଷ୍ଟିରେ ।


ବୁଝିଛି ବୋଲିତ!!

ଜୀବନର ଗତି ଚକ୍ରକୁ,

ଅଟକାଇ ପାରେନି ଧୃଷ୍ଟ ଶାଗୁଣାକୁ,

ଜେବେଠାରୁ ଲୋଲୁପ ଦୃଷ୍ଟି ପକାଇଛି ଆମ୍ବ ଗଛରେ ବସାଉପରେ,

ଯଦିଓ ମୁଁ ଜାଣେ ସେଥିରେ ଦୁଇଟି କଅଁଳ ଜୀବନ ଅଛି,

ମନ କୁହେ ଯାଇ ଘଉଡେଇ ଦେବାକୁ ସେଠାରୁ ତାକୁ,

ଅନେକ ସମୟ ମୁଁ ଚେଷ୍ଟାକରେ,

ହେଲେ କଣ ହେବଜେ ସହଜେ ସେକି ହାର ମାନୁଛି,

ବାରମ୍ବାର ଆକ୍ରମଣ କରିବାର ଅଭିଳାଶରେ ପହଂଚିଯାଉଛି,

ଗୋଟିଏ ପଟେ ଖାଦ୍ୟ ଖାଦକର ସମ୍ପର୍କ,

ଆଉ ଏପାଖେ ମୋ ଜିବେ ଦୟା ପରମ ଧର୍ମର ଶିକ୍ଷା,

ସବୁପରେ ମୁଁ କଣ ଦେଇପାରିବି ,

ଶାଗୁଣା ପେଟକୁ ଦାନା,

ନାଁ ବସାରେ ବଢୁଥିବା ପକ୍ଷୀକୁ ତା ସ୍ୱପ୍ନର କାଠି କୁଟାର ବସା ।


ବୁଝିଛି ବୋଲିତ!!

ସମ୍ପର୍କର ସଂଜ୍ଞାକୁ ଅନେକାଂଶରେ,

କାଢି ପାରିନି ଗୋଡ଼ ସନ୍ଦେହର ଭଉଁରୀ ଭିତରୁ,

ଜୀବନ ଭିଡି ଭିଡି ନିଏ ଜଳାଇବାକୁ ନିଆଁ,

ତେଣିକି ଯେତେ ଜିଏ କାନ୍ଦୁ ଅବା ଲୁହ ଢାଳୁ,

କିନ୍ତୁ ପାରେନି ଏପରି କରି,

ମାଡିବସେ ଶେଷରେ ଧର୍ମ ଅଧର୍ମ ଉପରେ,

ବୋଧେ କାହା ଚରିତ୍ରସଂଘାର କରିବାକୁ ନାହିଁ ମୋତେ ଅନୁମତି,

ହୋଇପାରେ କାଳୀମାର ଟୀକା ପିନ୍ଧିବାକୁ ପଡିପାରେ ମିଛରେ,

ତଥାପି ମୁଁପ୍ରସ୍ତୁତ ସମର କ୍ଷେତ୍ରରେ,

ନହେଲେ ଇତିହାସ କଣ କହିବ ଖେତ୍ରିୟ କୂଳକୁ,

ଯଦିଓ ପୃଷ୍ଠଭୂମି ତାର ବହୁତ ଲହୁ ଲୁହାଣରେ ଭରା,

ଦେଖୁନ ଇତିହାସକୁ ଲେଉଟାଇ,

ମିଳିଯିବ ସହଜରେ କଳିଙ୍ଗ ଯୁଦ୍ଧର ଚିତ୍ର ।


ବୁଝିଛି ବୋଲିତ !!

ଅନ୍ଧାର ଦିଗନ୍ତରେ ଲୁଚିବୁଲୁଥିବା ବ୍ୟାଧ ମାନଙ୍କୁ,

ଯାତ୍ରାମୋର କ୍ଷିପ୍ର,

ହୁଏତ କେଉଁଠାରେ ଆସିପାରେ ଚୋରାବାଲି,

ଅଳ୍ପ କିଛି ଅସାବଧାନତା !

ବାସ ଦର୍ଶନ ମୃତ୍ୟୁର ଶେଜ,

ସେଥିଲାଗି ବେଳେ ବେଳେ ପାଣିରେ ବି ନିଆଁ ଲାଗେ,

କୂଅ ପୋଖରୀ ନଦୀଠୁ ଆରମ୍ଭ କରି ସାଗରରେ ଏବେ ନିଆଁ,

ଖାଲି ସ୍ୱାର୍ଥ ଓ ବଡ଼ ପାତିଆରା ମୋହରେ,

ଯଦିଓ ଦିନେ ନାଁ ଦିନେ ସମସ୍ତଙ୍କୁ ଫେରିବାକୁ ପଡିବ ,

ସେଇ ଧ୍ରୁବସତ୍ୟକୁ ସାମ୍ନାକରି ସବୁକୁ ଛାଡି,

କେମିତି ମୁଁ ବଢ଼ାଇ ପାରିବି ପାଣିରେ ଗୋଡ଼ ପୋଡିବାକୁ,

ଖାଦକ ମୁଁହରୁ ଖାଦକକୁ ଦୁରେଇ ,

ସୃଷ୍ଟିର ନିୟମକୁ ଆଖି ଠାର ମାରିବାର ଦୁଃସାହସ କରି,

ହଁ ଚେଷ୍ଟାକରିପାରେ ,

କିଛି ନୂଆ ବାସ ଗଢି,କିଛି ସଚେତନତା ଆଣି,

କିଛି ଧର୍ମୀୟ ଚେତାନାର ଆଲୋକକୁ ବାଣ୍ଟି,

ଏ ଜୀବନର ଗୂଢତତ୍ୱରୁ କିଛି,

ବୁଝିଛି ବୋଲିତ !!



Rate this content
Log in

Similar oriya poem from Inspirational