STORYMIRROR

Suchitra Bhuyan

Romance

2  

Suchitra Bhuyan

Romance

ବର୍ଷା ତୁମେ ଆଉ ମୁଁ

ବର୍ଷା ତୁମେ ଆଉ ମୁଁ

1 min
106

ତୁମେ ଥିଲ ମୁଁ ଥିଲି 

ସାଥେ ଥିଲା ମତୁଆଲା ବର୍ଷା ,

ଗୋଟେ ଛତା ତଳେ ଦୁଇଟି ହୃଦୟ 

ପଢୁଥିଲେ ଚୁପି ଚୁପି ଦୁହିଁଙ୍କର ଭାଷା। 


ଶରୀର ମୋ ଥିଲା ସିନା ସ୍ଥିର

ମନ କିନ୍ତୁ ଉଡୁଥିଲା ଚୁଲୁବୁଲି ପ୍ରଜାପତି ପରି, 

ପ୍ରକୃତି ର ଅପରୂପା ସମ୍ମୋହିନୀ ରୂପ

ଧରୁଥିଲା ଅଦୃଶ୍ୟେ ଜାବୁଡ଼ି।


ଖସଡ଼ା ପ୍ରପାତ ର ଅପୂର୍ବ ସେ ଦୃଶ୍ୟ 

ମନ ତଳେ ଥିବ ସଦା ଯତ୍ନ ରେ ସାଇତା, 

ଖସଡ଼ା ଡାଏରୀ ର ପ୍ରତ୍ୟେକ ଟି ପୃଷ୍ଠା 

ମନ କୁ ମୋ କରୁଥିବ ସ୍ମୃତି ଆକ୍ତାମାକ୍ତା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance