ବର୍ଷା ତୁମେ ଆଉ ମୁଁ
ବର୍ଷା ତୁମେ ଆଉ ମୁଁ
ତୁମେ ଥିଲ ମୁଁ ଥିଲି
ସାଥେ ଥିଲା ମତୁଆଲା ବର୍ଷା ,
ଗୋଟେ ଛତା ତଳେ ଦୁଇଟି ହୃଦୟ
ପଢୁଥିଲେ ଚୁପି ଚୁପି ଦୁହିଁଙ୍କର ଭାଷା।
ଶରୀର ମୋ ଥିଲା ସିନା ସ୍ଥିର
ମନ କିନ୍ତୁ ଉଡୁଥିଲା ଚୁଲୁବୁଲି ପ୍ରଜାପତି ପରି,
ପ୍ରକୃତି ର ଅପରୂପା ସମ୍ମୋହିନୀ ରୂପ
ଧରୁଥିଲା ଅଦୃଶ୍ୟେ ଜାବୁଡ଼ି।
ଖସଡ଼ା ପ୍ରପାତ ର ଅପୂର୍ବ ସେ ଦୃଶ୍ୟ
ମନ ତଳେ ଥିବ ସଦା ଯତ୍ନ ରେ ସାଇତା,
ଖସଡ଼ା ଡାଏରୀ ର ପ୍ରତ୍ୟେକ ଟି ପୃଷ୍ଠା
ମନ କୁ ମୋ କରୁଥିବ ସ୍ମୃତି ଆକ୍ତାମାକ୍ତା।

