ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତଟିଏ
କାଳିଆରେ ତୋର,
ଅଭିଯୋଗ କରିବାକୁ
ଯାଏନି ତୋ ଦ୍ୱାର।
ଖୁସିର ଜୁଆରେ ମୋର
ଭଟ୍ଟା ଆସେ ଯେବେ,
ଅଭିମାନ ମନେ ମୋର
ବନ୍ଧ ଭାଙ୍ଗେ ତେବେ।
ମନମନ୍ଦିରରେ ମୋର
ତୋ ମୂରତି ଛାପି,
ଅଭିମାନୀ ବର୍ଷିଯାଏ
କୋହ ଯେତେ ଚାପି।
ତୁହିରେ ମୋ କଳା ଦିଅଁ
ସବୁ ଯାଉ ସହି,
ଆଖି ମିଟିକା ମାରିକି
ହସୁ ରହି ରହି।
ନାଲି ହସ ଦେଖିଦେଲେ
ମାନ ଯାଏ ମରି,
ମାନ କି କରିବି ଜଗା
ହୁଏ ତତେ ଝୁରି।
ସୁଖର ଦୁଃଖର ଆମ
ହାନିର ଲାଭର,
ଏ ସମ୍ପର୍କ ଲାଗିଥାଉ
ଜନ୍ମ ଜନ୍ମାନ୍ତର।
ଗର୍ବ ଦର୍ପ ଅହଙ୍କାର
କାଢି ନେଇ ଯେତେ,
ତୋ ପ୍ରତି ଅଭିମାନ
ଭରିଦେ ରେ ସେତେ।
ଅଭିମାନୀ ମନ ମୋର
ଯେତେ ମାନ ସେ କରିବ,
କାଳିଆରେ ସେତେ ତୋର
ସାଥେ ଭାବ ହେବ।
