STORYMIRROR

Debajani Mesua

Romance

2  

Debajani Mesua

Romance

ବର୍ଷା ରେ

ବର୍ଷା ରେ

1 min
145


ଏଇ ନିଝୁମ୍ ରାତିର ବର୍ଷାରେ

ତମେ ଆଉ ମୁ ଭିଜୁଥିଲା ବେଳେ

ଜନ୍ହ ଜଳୁଥିବ ଇର୍ଷାରେ..

ଏଇ ନିଝୁମ୍ ରାତିର ବର୍ଷାରେ..

ଖଜୁରି ସୁତାରୁ ବସା ବାନ୍ଧେ ବାୟା

ତମରତ ଦେଖାନାହିଁ

ବର୍ଷା ତମେ ଭାରି ଫୁଲେଇ ହେଲଣି

କଥାଦେଇ ଅସୁନାହି..

ଆଉ ଆଗଭଳି ଆସୁନାହି

ତ୍ରୃଷ୍ନାରେ....

ପ୍ରଣୟର ପ୍ରିତୀ ତ୍ରୃଷ୍ନାରେ

ଆସ ସାଥି ଦୁହେଁ ମସ୍ଗୁଲ୍ ହେବା

ଉଆଁଲୁ ମାଟିର ବାସ୍ନାରେ....

ଏଇ ନିଝୁମ୍ ରାତିର ବର୍ଷାରେ..

ଅଗଣାକୁ ମୋର ସଜେଇ ରଖିଚି

ଖାସ୍ ତୁମରି ଲାଗି

ତୁମଲାଗି ମୁ ମୟୁର ଚାତକ

ମୋ ଅପେକ୍ଷାର ଅନ୍ତ କାଇଁ  

ଲଗ୍ନରେ...

ଆଦ୍ୟ ଶ୍ରାବଣର ଲଗ୍ନରେ

ଦୁନିଆଁଟା ସାରା ରଂଗିନ୍ ହେଉ

ଓଢଣା ଟେକିବ ସାଧବ ବୋହୁ

ମାଟିଆ କାଦୁଅ ଛିଟାରେ

ଏଇ ନିଝୁମ୍ ରାତିର ବର୍ଷାରେ

ଜନ୍ହ ଜଳୁଥିବ ଇର୍ଷାରେ......


Rate this content
Log in

More oriya poem from Debajani Mesua

Similar oriya poem from Romance