Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

4  

Prabhati Mahapatra

Inspirational Others Children

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
384


ଜୀବନ ଧାରଣେ ଅତି ପ୍ରୟୋଜନ

ବୃକ୍ଷ ରୋପଣର ଚିନ୍ତା 

ସଶକ୍ତିକରଣେ ଜୀବିତ ରଖିବା 

ଆମ ଧରା ପୃଷ୍ଠ ସତ୍ତା ।


ପ୍ରକୃତି ରାଣୀର ଶୋଭାର ଭଣ୍ଡାର

ବଲ୍ଲରୀ ପାଦପ ଗଣ

ଅବକ୍ଷୟ ପାଇଁ  ଆଧାର ପାଲଟି

କରୁ ଥାଏ ସଂରକ୍ଷଣ ।


ଅମ୍ଳଜାନ ଦେଇ  ଜୀବନ ବଞ୍ଚାଏ

ସତେ ସଂଜୀବନୀ ବୋଳି

ତା'ର ଓହଳରେ ଆନନ୍ଦ ଉଲ୍ଲାସେ

ବାଲ୍ୟକାଳ ଖେଳେ ଦୋଳି ।


ବାଟୋଇର ସେତ ଅମୃତର ଛାୟା

କବି ଲେଖନୀର ଛବି

ସ୍ବର୍ଣ୍ଣିମ କିରଣ ବୃକ୍ଷ ଉହାଡରୁ

ସୁନ୍ଦର ବାଳୁତ ରବି ।


ମନୋହର ଦୃଶ୍ୟ କରୁଥାଏ ତୋଷ

ସକଳ ପରାଣ ଜିତି

ବିବିଧ ବର୍ଣ୍ଣର କୁସୁମ ଫୁଟାଇ

ରଖିଛି ଧରାରେ କୀର୍ତ୍ତି ।


ବିହଙ୍ଗ ବିହାରେ ସାହାରା ସାଜେ ସେ

ଶାଖାକୁ ନୀଡ଼ ସୁନ୍ଦର

କାକଳି କୁଜନେ ଜନ ମନ ମୁଗ୍ଧ

ଏତ ବୃକ୍ଷ ଉପକାର ।


ଔଷଧୀୟ ଦାନେ ବ୍ୟାଧି ମୁକ୍ତ କରି

ସାଜିଛି ରକ୍ଷା କବଚ

ବୃକ୍ଷ ଅବଦାନ  ଅକଳନୀୟ ଯେ

ଭାବନା ରଖିବା ସ୍ୱଚ୍ଛ।


ଏ ଜୀବନ ସଦା  ନିର୍ଭରଶୀଳ ତ

ରହିଛି ବୃକ୍ଷ ଉପରେ

କାହିଁକି ନିର୍ଦ୍ଦୟେ କର୍ତ୍ତନେ ମୋହିତ

ଦୟା ନାହିଁ ତାହା ଠାରେ ।


ଶପଥ କରିବା   ବୃଦ୍ଧି କରାଇବା

ବୃକ୍ଷ ପ୍ରଜାପତିର ମାନ

ଅରଣ୍ୟ ଜୀବନ ବଞ୍ଚିବା ପାଇଁକି

ନିଗାଡି ରଖିବା ଧ୍ୟାନ ।


Rate this content
Log in

Similar oriya poem from Inspirational