STORYMIRROR

JAYASHREE PRIYADARSHINI MOHAPATRA

Inspirational

3  

JAYASHREE PRIYADARSHINI MOHAPATRA

Inspirational

ବୋଉ

ବୋଉ

1 min
13.9K


ଦିନ ମୋ ଆରମ୍ଭ ତୋ ଠାରେ ଶେଷ

ପାଇ ତୋର ସ୍ନେହ ପରଶ

ଦୁଃଖ ଆସିଗଲେ ଲୁହ ପୋଛିବାକୁ

ବଢେଇ ଦେଉ ତୋ ପଣତ

ଛନ୍ଦ କପଟ ମାୟା ଶିକୁଳିରେ ଯେବେ

ବାନ୍ଧି ହୋଇଯାଏ ମୋ ନିଃଶ୍ୱାସ

ଜାଣିପାରେ ନାହିଁ ସମୟର ଗତି

ପାଖରେ ଥିଲେ ତୁ ମୋ ସାହସ

ଅନ୍ଧକାର କାୟା ମାଡି ବସିଲେ

ମତେ ତୁ ଦେଖାଉ ଆଲୋକ

ତୋରି ଆଶିଷେ ଦୁନିଆ ମୋ ହସେ

ଦିଶଇ ଆଶାର ଝଲକ

ଯିଏ ବୁଝିନାହିଁ ବୋଉର ଅର୍ଥକୁ

ସଜୀବ ହୋଇ ସେ ନିର୍ଜୀବ

ଯିଏ ଶୁଣିଛି ତୋ ମଧୁର ଭାଷା

ତା ପାଇଁ ସବୁ କିଛି ସମ୍ଭବ

ମାଗୁଣି ମୋହର ଠାକୁରଙ୍କ ପାଶେ

ବୋଉ ମୋର ନିତି ହସୁଥାଏ

ଦୁନିଆର ସବୁ ଲୋକଙ୍କ ପାଖେ

ବୋଉ ଶବ୍ଦଟି ବଞ୍ଚି ରହୁ .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from JAYASHREE PRIYADARSHINI MOHAPATRA

Similar oriya poem from Inspirational