STORYMIRROR

Rasmita Badajena

Abstract Action Inspirational

3  

Rasmita Badajena

Abstract Action Inspirational

ବୋଉ

ବୋଉ

1 min
160

ସପ୍ତସିନ୍ଧୁ ଗଙ୍ଗା ପରି

ତୋ ପବିତ୍ର ହୃଦୟରେ

ସ୍ଥାନ ଦେଇଛୁ ଶାମୁକା ଭିତରେ ଥିବା

ସୁପ୍ତ ମୁକ୍ତମାନଙ୍କୁ

ସ୍ନେହ, ପ୍ରେମ, ନିଷ୍କପଟ

ତୋ ହୃଦୟରେ ସ୍ଥାନ ଦେଲୁ

ନିଜର ବହୁତଳେ

ପଣତକାନିର ସୁଦୀର୍ଘ ପ୍ରସ୍ତର

ଛାଇତଳେ ସମଗ୍ର ପରିବାରିକ

ସଂସାରକୁ ନିଜର କଲୁ

କେତେବେଳେ ଯନ୍ତ୍ରଣାର ପ୍ରଚ୍ଛଦରେ

ତୋ ଭୂମିକା ଥିଲା

ମର୍ମନ୍ତୁଦ କାହାଣୀର

ଜଣେ ସାହସୀ ନାୟିକା ପରି

ତୁ ମୁକ୍ତମାନଙ୍କପାଇଁ

ପରିତକ୍ତା ଶାମୁକା ଅବା,

କାହାଣୀର ଶେଷ ପୃଷ୍ଠାର

ନାୟିକା ହୋଇପାରୁ

କିନ୍ତୁ

ତୁ ମୋ ପାଇଁ

ମୋ ହୃଦୟର ଗୁପ୍ତ ସିନ୍ଧୁକରେ ଥିବା

ସଂସ୍କାରପୂର୍ଣ୍ଣ ହୀରା ସଦୃଶ

ଅତି ଆପଣାର ମୋ ବୋଉ ତୁ

ତୁ ଏବେ ବୟସର ଅପରାହ୍ନରେ

ତୋର ସେହି ପାନଖିଆ ପାଟିରେ

ନାଲିନାଲି ଦାନ୍ତମାନଙ୍କ ଗହଳର ହସ

ଆଜି ବି ତୁ ସେହିପରି ଦିଶୁଛୁ

ଯେବେ ନୂଆ ହୋଇ ଆସିଥିଲୁ

ନାଲି ଅଳତାର ଗାର ଥିଲା ତୋ ପାଦରେ

ନାଲି ସିନ୍ଦୁର ଟୋପା ନାହିଁ ସିନା ମଥାରେ

ହେଲେ ଆଜି ବି ସୁନ୍ଦର ଦିଶୁଛୁ

ସେହି ତୋ ପାକୁଆ ପାଟିରେ

ତୁ ତ ଅତି ଆପଣାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract