STORYMIRROR

Sachin kumar Sahoo

Abstract

2  

Sachin kumar Sahoo

Abstract

ବଜାର ବୁଲା

ବଜାର ବୁଲା

1 min
228

ସଞ୍ଜ ଆସେ ନଇଁ ମାମୁଁ ତୁମ ପାଇଁ

ବୁଲେଇ ନେବାକୁ ବଜାର,

ଖାଇବାକୁ ଦେ ସେଠି କେତେ କଥା

ଝାଲ୍ ମୁଢ଼ି ଆଉ ମଟର


ଦହି ବରା ଆଉ ଥଣ୍ଡା ପାନୀୟ କୁ

ଜମି ଜମି ଆସେ ଆସର ,

ବରଫ ଗଜା ଟା ମିଳିଗଲା ପରେ ମାମୁଁ

ମନ ଖୁସି ଭାରି ମୋହର


ସ୍କୁଟର ରେ ବସି ହର୍ଣ୍ଣ ଟାକୁ ଚିପି

ମାମୁଁ ତୁମେ ଯେବେ ନିଅ ବଜାର,

ଅଜା ଆଈ ଙ୍କୁ ମୁଁ ଆଖି ଯେ ନଚେଇ

ଚହରାଏ ପ୍ରତି ଥର


ମନେ ମୋର ଅଛି ପିଲା ଦିନ କଥା

ଆମ ବିଜ୍ଞାନ ମେଳା କୁ ଗମନ,

ବୁଲିଥିଲି କେତେ ତୁମ ହାତ ଧରି

ପ୍ରତି ଟି ବିଜ୍ଞାନ ଦୋକାନ


ଆଶ୍ଚର୍ଯ୍ୟ ମୁଁ ହେଲି ଯେବେ ମୁଁ ଦେଖିଲି

ଛୋଟ ସେଉ ରେ ବି ବାଜେ ଗୀତ,

ବୁଝେଇ ଦେଲ ତୁମେ ପାଖେ ଠିଆ ହୋଇ

"ଆରେ ଇଏ ଗୋଟେ ଡାକବାଜି ଖାସ"


ଭୁଲି ଗଲ ତୁମେ ହେଲେ ମୁଁ ଭୂଳିନି

ମାଧପୁର ଯିବା କଥା,

ସାଇକେଲେ ବସି ଦୁହେଁ ହସି ହସି

ସଉଦା କିଣିବା କଥା


ପ୍ରତି ରବିବାର ତୁମର ମୋହର

ହାଟୁ କିଣୁ ଥିଲେ ମାଛ,

ମକା ପଡି କଥା ଭୁଲି ତ ଯାଇଛ

ଖାଉଥିଲେ ଘର ପଛ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract