STORYMIRROR

Sachin kumar Sahoo

Others

5.0  

Sachin kumar Sahoo

Others

ମନେ ପଡ ତୁମେ

ମନେ ପଡ ତୁମେ

1 min
1.1K


ଚନ୍ଦ୍ର ର ଶୁଭ୍ର କିରଣ

ଛାତ ଉପରେ ଯେବେ ପଡେ,

ହଠାତ୍ କାହିଁକି ତୁମ କଥା ମୋର ବେଶୀ ବେଶୀ ମନେ ପଡେ।


ପୂର୍ଣ୍ଣିମା ରାତି ରେ ତାରକା ମେଳରେ

ଜହ୍ନ ଯେବେ ଲୁଚକାଳି ଖେଳେ,

ହଠାତ୍ କାହିଁକି ତୁମ କଥା ମୋର ବେଶୀ ବେଶୀ ମନେ ପଡେ।


ସେତେବେଳେ ନଥାଏ ଝଡ଼ ନଥାଏ ଖଞ୍ଜା

କେବଳ ନିଛାଟିଆ ଆକାଶ ତଳେ ଥାଏ ଦୁଇଟି ହୃଦୟ.....


ଉଆଁଶ ରାତି ରେ ମଶାଣି ଭୂଇଁ ରେ

ବିଲୁଆ ଯେବେ ଡାକ ଛାଡେ,

ଅଜଣା ଅକୁହା ଭୟ ମୋ ମନ ରେ ହଠାତ୍ ଆସି ବସା ବାନ୍ଧେ।


ଉଅାଂଶ ରାତି ରେ ଆମ୍ବ ତୋଟା ମେଳେ

ଅନ୍ଧକାର ଯେବେ ଖସେ,

ନିଦୁଆ ଆଖିରେ ନିଦୁଆ ସପନ ବେଶୀ ବେଶୀ ଜମି ଆସେ।


ସେତେବେଳେ ମୋ ମନ ରେ ତୁମ ସ୍ମୃତି ଆଶେ

ଆଉ କିଛି ନୁହେଁ........


ସ୍ବପ୍ନ ଠାରୁ ସ୍ବପ୍ନିଳ ତୁମେ

ମଧୁ ଠାରୁ ତୁମେ ମିଠା,

ପ୍ରେମ ତୁମ ସୁନୀଳ ସାଗର ଚାନ୍ଦ ଦେଖି କରେ ଈର୍ଷା।


ଚାନ୍ଦିନୀ ରାତି ରେ ଚାନ୍ଦ ଉଇଁ ଗଲେ

ତୁମ କଥା ମନେ ପଡେ,

ମନେ ପଡ ବୋଲି ତୁମକୁ ପାଇବା ଇଚ୍ଛା ମୋର ବେଶୀ ବଢେ।


ସେତେବେଳେ ମୋର ଇଚ୍ଛା

ବିଶାଳ ସମୁଦ୍ର ପରି ପ୍ରାଚୀର ହୀନ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍