STORYMIRROR

Rabi Rabi

Romance

3  

Rabi Rabi

Romance

..ବିଶ୍ଵାସ..

..ବିଶ୍ଵାସ..

1 min
195

କଣ କହି ତୁମଘରୁ

ତୁମକୁ ମୁଁ ମାଗି ଆଣିବି ,

କି ବିଶ୍ୱାସ ଦେଇ କହିବି

ନୀଳ ଆକାଶରୁ ଜହ୍ନ କିଣିବି ।

କେବେ ଆସିବ ଗୋ କୁହ

ବୋହୂରାଣୀ ବେଶକରି ,

ଜହ୍ନ ରାଇଜରେ

ରହିବାକୁ ଘରକରି ।

ପ୍ରେମପଥେ ଆମେ

ବାଟୋଇ ହୋଇବା

ଏକାଠି ଗୋ ଯିବା ମରି ,

ତୁମେମୁଁ ମିଶି ପୁଷ୍ପିତ ପଥରେ

ଚାଲୁଥିବା ହାତଧରି ।

ରାତିଅଧରେ ମୁଁ ସପନ ବିକି

ତୁମ ଆସିବା ବାଟକୁ ଦେଖୁଛି ..

ସତ ନା ଏ ମିଛ 

ଗୋଲାପୀ କଲମରେ

ଆମ ପ୍ରେମକାହାଣୀ ଲେଖୁଛି ।

ତୁମେ ନାହଁ ବୋଲି

ମନଫଗୁଣ ବି ଫିକା ଏଠି ପଡ଼ିଛି ,

ଆସିବ ଯଦି କହ ଗୋ ପ୍ରିୟା

ଏ ମନ ପଞ୍ଜୁରୀ ଖୋଲା ରହିଛି ।।


_ରବୀନ୍ଦ୍ର ମାହାଲି

ବସନ୍ତପୁର ,

ବାଙ୍ଗିରୀପୋଷୀ , ମୟୂରଭଞ୍ଜ ।


Rate this content
Log in

More oriya poem from Rabi Rabi

Similar oriya poem from Romance