ବିଜୟା ଦଶମୀ ପର୍ବ
ବିଜୟା ଦଶମୀ ପର୍ବ
ଦଶ ଭୁଜା ମାତା ତୁମ ପୂଜା
ସବୁଠି ଏହି ଦିନେ ହେବ
ପୋଥି ପୁରାଣ ଯାନ ବାହନ
ଘରେ ଘରେ ପୂଜା ହୋଇବ
ସୋମ ନାଥ ବ୍ରତ ରେ ଘରେ ଘରେ
ମହା ଦେବ ଙ୍କ ପୂଜା ହୋଇବ
ମା ମାନେ ନିଜେ ପରିବାର ପାଇଁ
ପୂଜା କଲେ କଲ୍ୟାଣ ହେବ
ମା ଦୁର୍ଗା ଙ୍କ ଅପରାଜିତା ରୂପେ
ପୂଜା ଵିଧି ସମ୍ପର୍ଣ୍ଣ ହେବ
ଏହି ଦିନ ମା ଙ୍କ ପାଇଁ ସିନ୍ଦୁର
ଖେଳ ସଧବା ଙ୍କ ମଧେ ହୋଇବ
ଏହି ଦିନ ନବ ରାତ୍ର ବ୍ରତର ଉଦ୍ଜପନା
ସବୁଠି ନିଷ୍ଠା ର ସହ ହୋଇବ
ବିଜୟା ଦଶମୀ ରେ ରାବଣ
ପୋଡି ଉତ୍ସବ ସବୁଠି ହୋଇବ
ପ୍ରଭୁ ଶ୍ରୀ ରାମ ଙ୍କ ଦ୍ୱାରା ଅଧର୍ମ
ଉପରେ ଧର୍ମ ର ବିଜୟ ହୋଇବ
ସାରା ଭାରତ ର ଏହି ପର୍ବ ଆନନ୍ଦ
ଉତ୍ସବ ରେ ପାଳନ ହୋଇବ
ଘରେ ଘରେ ବାଣିଜ୍ୟ କାରବାର ରେ
ନୂତନ ଖାତା ର ଆରମ୍ଭ ହୋଇବ
ପିଠା ମିଠା ପ୍ରତି ଘରେ ଘରେ
ହୋଇ ଠାକୁର ଙ୍କୁ ଭୋଗ ଲାଗିବ ।