ଭୟ ରୁ ମୁକ୍ତି
ଭୟ ରୁ ମୁକ୍ତି
ଭୟ ନ ରହିଲେ ଭକ୍ତି ଆସେ ନାହିଁ
ଭୟ ନ ରହିଲେ ସମ୍ମାନ ରହେ ନାହିଁ
ପିତା ମାତା ଶାସନ କରନ୍ତି ଛୁଆକୁ ଭୟ ଦେଖାଇ
ଭୟ ରହିଲେ ଛୁଆଟି ସବୁ କଥାକୁ ମାନଇ
ଶିଷ୍ୟ ଗୁରୁଙ୍କୁ ମାନେ ଯେବେ ଛାଟର ମାଡ଼ ସହଇ
ସମ୍ମାନ ଦିଏ ଗୁରୁଙ୍କୁ ଆଦର୍ଶ ଶିଷ୍ୟ ହୋଇ
ବୋହୁ ଶାଶୁ ଶଶୁରଙ୍କୁ ମାନେ ଯେବେ ଭୟ ମନେ ରହେ
ସେବା କରି ସବୁ କଥା ମାନି ଆଦର୍ଶ ବୋହୁ ହୁଏ
ଈଶ୍ୱରଙ୍କ ପ୍ରତି ମନେ ଯେବେ
ଭୟ ବି ରହିବ
ମଣିଷ ପାପ କରିବାକୁ ଭୟ କରୁଥିବ
ଭୟରୁ ଭକ୍ତି ଜାତ ହୋଇବ ।