STORYMIRROR

Rairanjan Nanda

Romance

2  

Rairanjan Nanda

Romance

ଭଲ ପାଏ ବୋଲି

ଭଲ ପାଏ ବୋଲି

1 min
111


କହିବାକୁ ଭାବେ ଗୋପନ କଥାଟି,

ଦରୋଟି ଓଠରେ ମୋର..

ତୁମରି ମନରେ ବସା ବାନ୍ଧିବାକୁ,

ଅଛି ଅଭିଳାଷ ମୋର..


ତୁମ ସ୍ମୃତି ଆଉ ଲୁଚା ଚୋରା କଥା,

ରଖିଅଛି ମୁଁ ସାଇତି..

ନିଡ ବାନ୍ଧିବାକୁ କୁଟାଖଣ୍ଡ ପକ୍ଷୀ,

ସାଉଣ୍ଟି ଆଣେ ଯେମିତି..


ବିରହର ପିଡା ଅସହ୍ୟ ଯାତନା,

ସ୍ମୃତିର ବେଦନା ସହେ..

ଆଖିରେ ଲୋତକ ଆସୁଥିଲେ ସୁଧା,

ନ କାନ୍ଦି ମୁଁ ଚୁପ୍ ରହେ..


ନୟନର ନୀର, ହୃଦୟରେ ଗାର,

ଛାତି ତଳ କୋହ, ସାଜିଛି ପଥର,

ଆଉ ପାରିବିନି ସହି..

ପାପ ମୁଁ କରିନି ଭଲପାଏ ବୋଲି,

ତୁମକୁ ଦେବି ମୁଁ କହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance