STORYMIRROR

Subas Dash

Inspirational

3  

Subas Dash

Inspirational

ଭାରତ ମାତା

ଭାରତ ମାତା

1 min
209


ଯାହାର ଜବାନ ଉତ୍ସର୍ଗ ଜୀବନ

କରେ ମାଟିମାଆ ପାଇଁ,

ହିମାଳୟ ସମ ଶତୃପାଶେ ଯିଏ

ମଥା କେବେ ନାହିଁ ନଇଁ !! ୦ !!

ପୁଣ୍ୟମୟୀ ଗଙ୍ଗା ସାତସୁରେ ବହି

ପାଦ ଧୁଏ ଯାର ନିତି,

ଚାରୁ ହାସ୍ୟମୟୀ ସୁଜଳା ସୁଫଳା

ଝଲସେ ଯହିଁ ତା ମାଟି !! ୧ !!

ଯାହାର କୃଷକ ହଳତାର ମିତ

ସ୍ବାଭିମାନେ ବଞ୍ଚେ ଯହିଁ,

ବିଜ୍ଞାନ ଯା ପାଖେ ବିଶ୍ବ ଯେ ଅଜ୍ଞାନ

ଭେଟି ନୂଆ ଦିଏ ତହିଁ !! ୨ !!

ଯେ ଦେଶେ ରୁହନ୍ତି ହିନ୍ଦୁ,ମୁସଲିମ୍

ଶିଖ୍,ଇସାଇ ଯେ ଭାଇ,

ରଚିଛନ୍ତି ଗ୍ରନ୍ଥ ମୂନିଋଷି ପୁଣି

ଜଗତ କଲ୍ୟାଣ ପାଇଁ !! ୩ !!

ବୀରତ୍ବ ଯାହାର ଶୋଣିତରେ ଲେଖା

ତ୍ରୀରଙ୍ଗା ଯାର ପତାକା,

ଶାନ୍ତି,ମୈତ୍ରୀ,ପ୍ରୀତି ବାଣ୍ଟେ ଯିଏ ନିତି

ସେଇ ମୋ ଭାରତ ମାତା !! ୪ !!


Rate this content
Log in

More oriya poem from Subas Dash

Similar oriya poem from Inspirational