ଭାଗ୍ୟଡୋରୀ
ଭାଗ୍ୟଡୋରୀ
ସମସ୍ତଙ୍କୁ ଖୁସିରେ ରଖିବାର ଖିଆଲି ଖୟାଲ ନିଶାରେ
ସଭିଙ୍କୁ ମସ୍ତିରେ ମିଶେଇବାର ଦୁର୍ବାର ସ୍ପେଶାଲ ଦିଶାରେ
ସର୍ବଙ୍କୁ ପ୍ରେମରେ ବାନ୍ଧିବାର ଅମୃତ ଗଜଲ ଆଶାରେ ।
ଗାଇ ଗାଇ ଜୀବନ ପଶ୍ଚିମ ପାବଚ୍ଛ ରେ
ଧାଇଁ ଧାଇଁ ଜୀବନ ବୀମାର ସରଣୀରେ
କହି କହି ଜୀବନ ମରିଚିକା ଦୋଛକିରେ ।
ଯେଉଁମାନେ ଖୁସି ହେଲେ ପ୍ରୀତ ହେଲେ ନିଜର ନ ଥିଲେ
ଯେଉଁ ମାନେ ରକ୍ତର ଆପଣାର ସୋଦର ସହୋଦର କେବେ ଖୁସି ନ ହେଲେ
ଯେଉଁ ମାନେ କ୍ରୀଡନକ ପେଣ୍ଡୁ ମଣି ଉପର ତଳ କଲେ ଅନୁଶୋଚନା ନ କଲେ ।
ହାଏ ରେ ଶିକ୍ଷକ ଅନୁଭବ ଅବଧାନ
ହାଏ ରେ ଆଚାର୍ଯ୍ୟ ପଳାତକ ବେଇମାନ
ହାଏ ରେ ମାନବ ଭପାଧ୍ୟାୟ ପ୍ରଣିଧାନ ।
ଉ
ତ୍ତମ ହିଁ ଗୁମ୍ ସୁମ୍ ମୁଁହରେ ତାଲା
ସର୍ବୋତ୍ତମ ହିଁ ଚୁପ୍ ଚାପ୍ ଓଠ ସିଲେଇ ବାଲା
ଉତ୍ତମୋତ୍ତମ ହିଁ ମିଟ୍ ମିଟ୍ ଗାନ୍ଧିଜୀଙ୍କ ମାଙ୍କଡ଼ ଭଲା ।
ପଞ୍ଚ ଭନ୍ଦ୍ରୀୟ ହାତ ମୁଠାରେ
ପଚାଶ ପ୍ରକୃତି ମୁଷ୍ଟି ମଧ୍ୟରେ
ମାନ ସମ୍ମାନ କର ବଦ୍ଧରେ ।
ବରଂ ମାନି ନେଲି ଶେଷରେ ଉପସଂହାରରେ
ବରଂ ମଥା ନତ ଅନ୍ତରେ ଅନନ୍ତ ପ୍ରଦେଶରେ
ବରଂ ଜାଣି ନେଲି ସିଦ୍ଧ।ନ୍ତରେ ଅନ୍ତଃକରଣରେ ।
ଯେତେ ବି ମୁଠେଇ ନିଅ ଆଶା-ବାଲି
ଖସରି ଯାଏ ଆଙ୍ଗୁଳି ମଧ୍ୟେ ସରୁ ଗଳି ଅର୍ଗଳି
ଝରିପଡ଼େ ଅବିରତ ଚୋରାବାଲି ନିରାଶାର ହତାଶାର ସମାଧି ଚିରି
ସମୟ ହାତରେ ପରା ବନ୍ଧା ପଡିଛି ଜୀବନ ନାଟିକାର ଭାଗ୍ୟଡୋରୀ ।