Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ବଡ଼ ଦେଉଳରେ ବଡ଼ ଠାକୁର

ବଡ଼ ଦେଉଳରେ ବଡ଼ ଠାକୁର

1 min
2


  

ପରିଚିତ ବଡ଼ ଠାକୁର ନାମରେ 

ସ୍ଵୟଂ ପ୍ରଭୁ ଜଗନ୍ନାଥ

ବଡ଼ ବେଦୀ ଭାବେ ରତ୍ନ ସିଂହାସନ

ସିଂହାସନେ ବିରାଜିତ

ବଡ ବଳବାନ ଭାଇ ସହିତରେ

ବଡ ଗେହ୍ଲା ସେ ଭଉଣୀ

ବଡ ପୁଣି ଲକ୍ଷ୍ମୀ ଘରଣୀ ଚଞ୍ଚଳା 

ବଡ ଅଭିମାନ ପୁଣି

ବେଢ଼ା ରେ ରହିଛି ବିମଳା ମନ୍ଦିର

ବଡ ଦୁର୍ଗତି ହାରିଣୀ 

ପ୍ରଭୁଙ୍କ ନୈବେଦ୍ୟ ଗ୍ରହଣ କରନ୍ତି

ମହାପ୍ରସାଦ କାରିଣୀ

ଆନନ୍ଦ ବଜାରେ ମହାପ୍ରସାଦ ର 

ବଡ ମାନ୍ୟତା ସମ୍ପ୍ରତି

ମାଟି କଡୁଆ ରେ ଖାଇ ହାତ ପୋଛା

ମୁଣ୍ଡେ ଧରା ବନ୍ଧା ନୀତି ।


ବଡ ବଡ଼ ଆଖି ଦେଖି ହୁଏ ଜ୍ଞାତ

ବଡ଼ ଦିଅଁ ବଡ ଆଖି

ବଡ ପଣ୍ଡା ନିତି ଦେଖୁଛି ସେ ଆଖି

ଧନ୍ୟ ତା ଜୀବନ ପକ୍ଷୀ

ନିତିଦିନ ବଡ ସିଂହାର ବେଶରେ

ବଡ ଶୋଭା ସର୍ବୋପରି 

ବଡ ବଡ ଚକା ନେତ୍ର ଥାଇ ପ୍ରଭୁ 

ପହଡ଼ ହୁଏ କିପରି !


ନିତି ବଡ ନେତ ଉଡ଼େ ଫର ଫର 

ବାନା ପତିତପାବନ

ଜ୍ଞାନୀ ଗୁଣୀ ସାଧୁ ମୂର୍ଖ ଓ ଚଣ୍ଡାଳ

ଭକ୍ତି ଭାବରେ ଦର୍ଶନ 

ବଡ଼ ଦାଣ୍ଡ ବଡ ଉତ୍ସବ ମୁଖର

ହେଉ ଦିନ ଅବା ରାତି

ବଡ ରଥ ଚଢ଼ି ଯାତ୍ରା କଲେ ପ୍ରଭୁ

ବଡ ଦାଣ୍ଡେ ଦୃଶ୍ୟ ଭକ୍ତି

ବଡ ରାଜା ଛେରା ପହଁରା କରନ୍ତି

ବଡ ଘୋଷ ଯାତ୍ରା ବେଳେ

ପରମ୍ପରା ସହ ବିଧି ବିଧାନ ରେ

ତିନି ରଥ ପଥେ ଚଳେ 

ବଡ ପ୍ରେମ ଭାବ ଦେଖିବାକୁ ମିଳେ

ବଡ ଦାଣ୍ଡେ ବଡ ରଥେ

ବଡ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ

ଭର୍ତ୍ସନା ବାହୁଡ଼ା ପଥେ

ବଡ କଥା ବଡ ଗାଳି ଶୁଣି ପ୍ରଭୁ

ହସନ୍ତି ରଙ୍ଗ ଅଧରେ

ବଡ ରସଗୋଲା ବଢ଼ାଇ ହାତରେ

ମାନ ଭଞ୍ଜନ ଅଚିରେ ।


ବଡ ଠାକୁରଙ୍କ ମହୋଦଧି ବିଜେ

ସାଗର ବିଜେ ନାମିତ

ପ୍ରତି ଅମାବାସ୍ୟା ତିଥିରେ ପାଳିତ

ବଡ ଉତ୍ସାହ ସହିତ

ବଡ ଠାକୁରଙ୍କ ଆସ୍ଥାନ ଯେଉଁଠି

ଚାରି ପାଖେ ସବୁ ବଡ

ବଡ ଦାଣ୍ଡ ବଡ ନେତ ବଡ ରଥ

ସର୍ବୋପରି ପ୍ରଭୁ ବଡ ।


ବିଶ୍ଵନିୟନ୍ତା ଶ୍ରୀଜଗନ୍ନାଥଙ୍କର 

ମହିମା ରହସ୍ୟମୟ

ରୀତି ନୀତି କିନ୍ତୁ ମାନବ ପରାୟେ 

ସବୁଠୁ ଆଶ୍ଚର୍ଯ୍ୟମୟ 

ବଡ଼ ଦେଉଳ ନାମରେ ଶ୍ରୀମନ୍ଦିର

ମନ୍ଦିର ଭିତରେ ବେଢ଼ା

ବଡ ସାନ ଏଠି ସଭିଏଁ ସମାନ 

ଅବଢ଼ା କି ମନ ଗଢ଼ା !

ବଡ ଦେଉଳରେ ବଡ ଠାକୁରଙ୍କ

ବଡ ମହିମା ରହିଛି 

ଜୀବନର ବଡ ଦୁଃଖ ଯାଏ ଘୁଞ୍ଚି

ଯଦି ଭକ୍ତି ଦୃଢ଼ ଅଛି ।



Rate this content
Log in

Similar oriya poem from Abstract