STORYMIRROR

Sunil Majhi

Inspirational

3  

Sunil Majhi

Inspirational

ବାପା

ବାପା

1 min
221


ବାପା ନାଆଁ ସତେ କେତେ ମଧୁର 

କହିଲେ ଲାଗ‌ଇ କେତେ ଆନ‌ନ୍ଦ 

ବାପା ଡାକିଲେ ଫୁଲି ଉଠେ ଛାତି 

ଆନ‌ନ୍ଦ ମନରେ ମୋ ମନ ଉଠ‌ଇ ହସି ।

ମନେ ପଡେ ଆଜି ପିଲା ଦିନ ଖେଳ 

ବାପାର କାନ୍ଧରେ ବସି ବୁଲୁ ଥିଲି ଥରକୁ ଥର 

ମନେ ପଡେ ଆଜି ସେହି ଦିନକୁ 

ବାପାର ସାଇକେଲର ପଛ୍ କେରିଅରରେ ବସି 

ମୁଁ ବୁଲୁ ଥିଲି କେତେ କେତେ ଦୂର ।।

ବାପା ଥିଲେ ସବୁ ଘର ଉଜ୍ଜଳ 

ବାପା ନାହିଁ ତ ଘର ଅନ୍ଧାର

ଖରା, ବରଷା ଖାତିର ନ କରି 

ବାପା ତୁମେ ଚଲାଅ ପରିବାର ପରିଶ୍ରମ କରି । 

ମାଗୁଛି ଏତିକି ପ୍ରଭୁ ମହାଦେବଙ୍କୁ

ସବୁ ଜନମ ମୋତେ ତମ ପୁଅ ହେବାର ସୌଭାଗ୍ୟ ଦିଅନ୍ତୁ

ଛାଇ ପରି ବାପା ରୁହ ସବୁବେଳେ ମୋର ପାଶେ

ଏତିକି ନିବେଦନ କରେ ମୁଁ ପ୍ରଭୁ ମହାଦେବଙ୍କ ପାଶେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunil Majhi

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Inspirational