STORYMIRROR

Sunil Majhi

Inspirational

3  

Sunil Majhi

Inspirational

ବାପା

ବାପା

1 min
197


ବାପା ନାଁ ସତେ କେତେ ମଧୁର 

କହିଲେ ଲାଗ‌ଇ କେତେ ଆନ‌ନ୍ଦ 

ବାପା ଡାକିଲେ ଫୁଲି ଉଠେ ଛାତି 

ଆନ‌ନ୍ଦ ମନରେ ମୋ ମନ ଉଠ‌ଇ ହସି ।


ମନେ ପଡେ ଆଜି ପିଲା ଦିନ ଖେଳ 

ବାପା ର କାନ୍ଧ ରେ ବସି ବୁଲୁ ଥିଲି ଥରକୁ ଥର 

ମନେ ପଡେ ଆଜି ସେହି ଦିନ କୁ 

ବାପାର ସାଇକେଲ୍ ର ପଛ୍ କେରିଅଲ୍ ରେ ବସି 

ମୁଁ ବୁଲୁ ଥିଲି କେତେ କେତେ ଦୂର ।


ବାପା ଥିଲେ ସବୁ ଘର ଉଜ୍ଜଳ 

ବାପା ନାହିଁ ତ ଘର ଅନ୍ଧାର

ଖରା, ବରଷା ଖାତିର ନ କରି 

ବାପା ତୁମେ ଚଲାଅ୍ ପରିବାର ପରିଶ୍ରମ କରି । 


ମାଗୁଛି ଏତିକି ପ୍ରଭୁ ମହାଦେବଙ୍କୁ

ସବୁ ଜନମ ମୋତେ ତମ ପୁଅ ହେବାର ସୌଭାଗ୍ୟ ଦିଅନ୍ତୁ

ଛାଇ ପରି ବାପା ରୁହ ସବୁବେଳେ ମୋର ପାସେ 

ଏତିକି ନିବେଦନ କରେ ମୁଁ ପ୍ରଭୁ ମହାଦେବଙ୍କ ପାସେ ।

    


  




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunil Majhi

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Inspirational