ବାପା
ବାପା
ମୁଁ ତ ଜାଣି ପାରେନା ସ୍ନେହ ଶ୍ରଦ୍ଧା ର
ବସୁନ୍ଧରା , ଦୁହେଁ କିଏ ଛୋଟ ଓ ବଡ
ସଭିଏଁ କହନ୍ତି ମା ର ସେନେହ
ମା ର ମମତା ଯୁଗେ ଯୁଗେ
ସ୍ୱରଗାଦପି ଗରିୟସି
ମୁଁ ତ ଦେଖିଛି ବାପାଙ୍କୁ ମୋହର
ଶରଧା ରତନ ଖଣି
ଉପରକୁ ସଦା ନିର୍ବିକାର ସିଏ
ସନ୍ତାନ ର ସ୍ନେହ ଅନ୍ତରେ ଭରି
ଦୁଃଖ ସହି ବାପା ହସି ଦିଅନ୍ତି
ବିପଦେ ହୁଅନ୍ତି ସାହା
ଲୁହ ପିଇ ପିଇ କୋହ କୁ ଚାପି
ଉପରେ ଦିଅନ୍ତି ନାହିଁ ହସି
କେହି କେବେ ଥରେ ବୁଝି ଚକି
ବାପା ଶବ୍ଦ ର ଅର୍ଥ
ବା ରୁ ଆରମ୍ଭ ପା ରେ ଶେଷ
ଆକାଶରୁ ପୃଥିବୀ ଉଚ୍ଚତା
କିଏ ମାପିବ
ବାପା ସେ ଆମ ବାପା
