STORYMIRROR

PUSPANJALI PUSPANJALI

Others

3  

PUSPANJALI PUSPANJALI

Others

ହସେ ଏ ପୃଥିବୀ ରାଣୀ

ହସେ ଏ ପୃଥିବୀ ରାଣୀ

1 min
176

ହସେ ଏ ପୃଥିବୀ ରାଣୀ 

କେତେ ମନୋହର ରୂପ ତାହାରି 

କେତେ ଫୁଲ ଫଳ ଧରିଛି ବକ୍ଷରେ

ସଭିଙ୍କ ମନକୁ ନିଏ ଚୋରାଇ

କେତେ ବିଲ ବଣ ପାହାଡ଼ ପର୍ବତ 

ଧରିଛି ତା ବୁକୁ ତଳେ

କୂଳୁ କୂଳୁ ହୋଇ କେତେ ନଦ ନଦୀ 

ଯାଉଛି ବହି ତା ଛାତି ଉପରେ 

କେତେ ପକ୍ଷ ପକ୍ଷୀ ବିହଙ୍ଗ କାକଳି 

କି ରୂପ କି ଅନୁପମ 

ନାନା ଜାତି ଫୁଲେ ସଜାଇ ହୋଇଛି 

ସତେ ଅବା ପାରିଜାତ 

କେତେ କେତେ ବୀର ଆଉ ସାଧୁ ସନ୍ଥ 

ଜନମିଛନ୍ତି ତା କୋଳେ 

କୋଟି କୋଟି ଜୀବ ଧରିଛି ବକ୍ଷରେ

ସେତ ବସୁନ୍ଧରା ନାମେ

କୋଟି କୋଟି ଜନ ମାନସ ତଟରେ 

ବାନ୍ଧିଛି ସମ୍ପର୍କ ଡୋରେ

ପୃଥିବୀ ରାଣୀର ନାମ ସେ ରଖିଛି

କୋଟି ଜନ ମନ ତୋଷି

ଗାଳି ସେ ସହୁଛି ଗର୍ବ ସେ ସହୁଛି 

ଉଦାରତା ପଣ ରଖି

ବନ୍ଧିଛି ସଭିଙ୍କୁ ମମତା ଡୋରିରେ 

ମାଟି ମାଆ ନାମ ବହି 

ଧନ୍ୟ ସେ ଧରଣୀ ଅପରୂପା ରାଣୀ

ଶୋଭା ଅପରୂପା ଠାଣୀ

ହସେ ଏ ପୃଥିବୀ ରାଣୀ 



Rate this content
Log in