STORYMIRROR

Kabiratna Nutan Kumar Behera

Comedy Fantasy

4  

Kabiratna Nutan Kumar Behera

Comedy Fantasy

ବାପା କହେ ପୁଅକୁ ବାବୁରେ

ବାପା କହେ ପୁଅକୁ ବାବୁରେ

1 min
315


ବାପା କହେ ପୁଅକୁ ବାବୁରେ... 

ଆଜିକାଲି ରହିବୁ ଯଦି ଭଲ 

ହେବାକୁ ପଡିବ ତୋତେ ସିଆଣିଆଁ, 

ନ ପଚାରିଲେ ବି କେହି 

ଉପରେ ପଡି ଦେଖେଇବୁ ତୋର

ଅଛି କେତେ ପାରିବା ପଣିଆଁ। 

ଏକା ଏକା ଲଢିବୁନି କାହା ସାଥେ 

ସଦାବେଳେ ରହିଥିବୁ ଦଶ ବାରଙ୍କ ପଛେ  

ଆଗକୁ ମାଡିଗଲେ ସେମାନେ ଯେତେ 

ପଳେଇ ଆସିବୁ କରି ତୁ ବାହାନା 

ଦେବୁନି କାହାକୁ ସହଜେ ତୁ ଧରାଛୁଆଁ, 

ନିଜର ଫାଇଦା ପାଇଁ ଚାଲିଥିବୁ 

ସହଜ ସୁବିଧାର ବାଟେ ଏକମୁହାଁ 

କଥାରେ ଭେଳିକି ଦେଖାଇ ହେବୁ ଛାନିଆଁ। 

ବାପା କହେ ପୁଅକୁ ବାବୁରେ... 

କହୁଥିବୁ କଥା ସରୁ ସରୁ ଚିକ୍କଣିଆଁ 

ନ ଥାଉ ପଛେ ନିଆଁ ଉଡେଇବୁ ଧୂଆଁ, 

ନିଜ ଦୋଷ ମାନିବୁନି କାହା ଆଗେ 

କେହି କିଛି ପଚାରିଲେ ଧରିବୁନି ନାଁ ଗାଁ। 

ସୁଯୋଗ ଉଣ୍ଡି ହାତେଇ ଆଣିବୁ 

ହାତୀ ଘୋଡା ଯା ଯା ତୋର ଲୋଡା 

ଗିଳି ପକାଇବୁ କରି ବଡ ଆଁ, 

ମୁହଁ ପୋଛି ଦେଖାଇ ପେଟ ପିଠି 

ନିରିମଳ ଭାବ ମୂରତିରେ ଦେଖାଇବୁ 

ମିଛେ ଅଭିନୟ କରି ତୋ ମଣିଷ ପଣିଆଁ। 

ବାପା କହେ ପୁଅକୁ ବାବୁରେ... 

ଧରିବୁ ଯଦି କାହାର ବଥା ଆଙ୍ଗୁଳି ଦେଖି 

ଛାଟି ପିଟି ହୋଇ ଛାଡିଲେ ସେ ରଡି 

ସାନ୍ତ୍ଵନାର ମଲମ ଲଗାଇ କରିବୁ କିମିଆଁ, 

ବସି ନାଟ ଦେଖୁଥିବୁ ଚଣା ମସଲା ଖାଉଥିବୁ

ତାଳି ମାରୁଥିବୁ କରୁଥିବ ସେ ଦଉଡ ଧାଁ। 

ଚଢେଇ ପରି ଉଡୁଥିବୁ ଦୂରେ ଦୂରେ 

ନଜର ରଖିଥିବୁ କେଉଁଠି କୁକୁଡା ଚିଆଁ ?

ଦେଖି ଦେଲେ ଖସି ଆସି ପଞ୍ଝାରେ ଟେକି 

ଶୂନ୍ଯେ ଶୂନ୍ଯେ ନେଇ ହେବୁ ଆକାଶ ଛୁଆଁ। 

ବାପା କହେ ପୁଅକୁ ବାବୁରେ... 

ପର ମୁଣ୍ଡରେ ରଖି ହାତ 

ରାଣ ନିୟମ ପକାଉଥିବୁ କରି ହଁ ହାଁ 

କୁମ୍ଭୀର କାନ୍ଦଣା କାନ୍ଦି ବୁଲାଉଥିବୁ ଭୁଆଁ, 

ଏ ପଟ କଥା ସେ ପଟ କରି 

ଖୋଳୁଥିବୁ ଖଣିଆଁ ଲୁଟି ନେବାକୁ ମଣିଆଁ।

ସଭିଙ୍କୁ କହୁଥିବୁ ଏ ମିଛ ଦୁନିଆଁ

ଧନ ଜୀବନ ଯଉବନ ଅଢେଇ ଦିନିଆଁ, 

ଛଳେ ବଳେ କୁଟ କପଟେ କରି ବାହାନା 

ହରି ନେବୁ ସବୁ କରି ଡାହାଁଣ ବାଆଁ।

ବାପା କହେ ପୁଅକୁ ବାବୁରେ...ll


Rate this content
Log in

Similar oriya poem from Comedy