Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Classics Inspirational tragedy

4.5  

Kalpana Satapathy

Classics Inspirational tragedy

ଅପରାହ୍ନର ମୁହୂର୍ତ୍ତରେ ଆମେ

ଅପରାହ୍ନର ମୁହୂର୍ତ୍ତରେ ଆମେ

1 min
167


ସାରା ବିଶ୍ବରେ ଏବେ ମହାପ୍ରଳୟର ତାଣ୍ଡବ

ଧରାଶାୟୀ ଆଜି ବସୁନ୍ଧରା, ବିଭୋର ଆଜି ଏ ସମାଜ

ଆଧୁନିକ ଯୁଗର ଅପରାହ୍ନର ମୁହୂର୍ତ୍ତରେ

ଆମେ ଗୋଟିଏ ଗୋଟିଏ ନିଶ୍ଵ କାରିଗର

ସମସ୍ତ କ୍ଷମତା, ବିଭବ ଥାଇ ବି ଆମେ ଆଜି ଅନ୍ଧ

ଦିଗନ୍ତର ପ୍ରତିଟି କୋଣ ଅନୁକୋଣ ରେ

ପ୍ରବାହିତ ହେଉଛି ସମୟ ଓ ଜୀବନ ର ସବୁକ୍ଷଣ

ଅନୁକ୍ଷଣେ ପ୍ରତ୍ୟାଶାର ପ୍ରାପ୍ତି ନିମନ୍ତେ

ପ୍ରୟାସ ର ଏକ ନୂଆ ଜୀବନ ଆରମ୍ଭ ର ଯୋଜନା

ଯାହାର ଛାୟା ଆଜି କାୟା ବିସ୍ତାର କରିଛି

ଏ ସାରା ବିଶ୍ୱରେ, ଅପରାହ୍ନର ମୁହୂର୍ତ୍ତରେ ଆମେ

ମନକୁ କରି କରାୟତ ଚଢିବାକୁ ହେବ ସିଡି ପରେ ସିଡି

ଉନ୍ମୋଚିତ ହେବ ନୂତନ ସଂସ୍କରଣ ,ନବ ଦିଗନ୍ତ ର

ଆଭାରେ ଉଦଭାସିତ ଆମେ ସମସ୍ତେ ଗୋଟିଏ

ଗୋଟିଏ ମରୁ ପଥର ଯାତ୍ରୀ,ଏଇ ଅପନ୍ତରା

ରାସ୍ତାର ଅବାଞ୍ଛିତ ଶିଶୁ, ଅବୋଧ ବାଳକ ପରି

ସମୟର ଅପରାହ୍ନର ମୁହୂର୍ତ୍ତରେ।



Rate this content
Log in

Similar oriya poem from Classics