ଅନ୍ତିମ ଯାତ୍ରା
ଅନ୍ତିମ ଯାତ୍ରା
ସେଦିନ ର ସେହି ଶିତୁଆ ସନ୍ଧ୍ୟା ରେ ,
ଆଖି ଭିଜା ଲୁହର ସାଗରରେ, ଖୋଜି ବୁଲେ ,
ରାମ ନାମ ସତ୍ୟର ଲହରୀ ଭିତରେ ,
ବୁଝି ପାରୁ ନଥିବା ପ୍ରଶ୍ନ ଟିର ଉତ୍ତରରେ
ଜୀବନ ,ଜନ୍ମ ମୃତ୍ୟୁ ରହସ୍ୟ ଘେରରେ
ପିଲା ବେଳ ର କୋମଳ ମନରେ
ବାରମ୍ବାର ପ୍ରଶ୍ନ ପଚାରେ ପିତାଙ୍କୁ ମୋର ,
ଉତ୍ତରରେ ପାଇ ଥିଲି ଥରେ,
“କେହି ରହି ନାହିଁ ରହିବେ ନାଇଁ ତ
ଏ ଭାବ ରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡିବେ କାଳ ବଳେ “
ମୃତ୍ୟୁ , କଠୋର ହେଲେ ବି ନିରାଟ ସତ୍ୟ
ଆଜି ସେହି ପିତା ଅନ୍ତିମ ଯାତ୍ରାରେ
ରାମ ନାମ ସତ୍ୟ ର ଲହରୀ ଭିତରେ
ପିଲାବେଳ ସ୍ମୃତି ସାଉଣ୍ଟୁ ସାଉଣ୍ଟୁ
ହଜିଯାଏ ମନ ଅତୀତର ସ୍ମୃତିରେ
କିଛି ଝାପସା ଝାପସା ଅନୁଭୂତିରେ
ଏହି ଲୁହ ଭିଜା ସନ୍ଧ୍ୟା ରେ
ପିତାଙ୍କର ଅନ୍ତିମ ଯାତ୍ରାରେ
ସତ୍ୟ ଆଜି ପରିଣତ ହୋଇଛି ମୃତ୍ୟୁ ର ଉତ୍ତରରେ
