STORYMIRROR

Saroj Nayak

Abstract Romance

4  

Saroj Nayak

Abstract Romance

ଅନନ୍ଯା ଅଭିମାନୀନୀ

ଅନନ୍ଯା ଅଭିମାନୀନୀ

1 min
325


ମୁଁ ଏକ କଳଙ୍କିତ ନାୟକ 

ମୁଁ ଏକ ସ୍ବପ୍ନହଜା ବଣିକ 

ମୁଁ ଏକ ପ୍ରତ୍ଯାଖ୍ଯାତ ପ୍ରେମିକ 

ମୁଁ ଏକ ଦିଗହରା ପଥିକ।

ମୁଁ ଏକ ଅଲୋଡ଼ା ଆଗତ

ମୁଁ ଏକ ଅଖୋଜା ଅତୀତ

ମୁଁ ଏକ ଶୁଷ୍କ ମରିଚିକା 

ମୁଁ ଏକ ମିଥ୍ୟା ପ୍ରହେଳିକା


ହେ ମୋ ପ୍ରାଣ ପ୍ରେୟସୀ 

ମୋ ଇପ୍ସିତ ରାଜହଂସୀ !

ତୁମ୍ଭେ ନିଜକୁ ସମ୍ଭାଳି ନିଅ

ଆଉ ଚାଲି ଯାଅ ବହୁ ଦୂରକୁ 

ଯେଉଁ ଠାରେ ଅନନ୍ତ ପ୍ରେମ 

ମୂଲ ଚାଲ ହୋଇ 

ଢଳି ପଡିଛି 

ବାସ୍ତବ ଦୁନିଆରୁ 

ବସ୍ତୁବାଦୀ କୋଳକୁ.....!


****


ହେ ମୋର ପ୍ରାଣ ପ୍ରିୟ 

ମୋ ବିଦଗ୍ଧ ହୃଦୟର 

ଲୁକ୍କାୟିତ କୋହ

ତୁମ ବିନୁ ବଞ୍ଚିବି 

କିପରି.........!


ଥରୁଟିଏ ସତୃପ୍ତ ନୟନରେ

ଚାହିଁ ମୋତେ କଥା ଦିଅ......!

ନିଶୀଥେ ଆସିବ ଧିରେ  

ଚରଣ ଚଳାଇ ଥିରେ  

ଛପି ଛପି ମୋ ଅଙ୍କ ପଲଙ୍କେ

ସନ୍ତର୍ପଣେ ହୋଇ ସମର୍ପଣ

ହୃଦୟେ ମୋ କର ବିଚରଣ 

ଅନାବୃତ ଶରୀରକୁ 

ଗୋଟାପଣେ କର ଆବରଣ......!

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract