The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Binodini Dash

Inspirational

3  

Binodini Dash

Inspirational

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
348



ଅନଲାଇନରେ ଶିକ୍ଷା ଚାଲେ ଆଜି

ପାଠପଢ଼ା ପିଲା ଘରେ,

ହେଲେ ଯାହା ଘରେ ସ୍ମାର୍ଟଫୋନ ନାହିଁ

ତା ମନ ଭାଙ୍ଗି ଯାଏରେ,

ବାପା ପାଖେ ଧନ କାହିଁ,

ସ୍ମାର୍ଟଫୋନ କିଣି ନେଟପ୍ୟାକ ପକାଇ

ପାଠ ଯେ ପଢିବ ତହିଁ ।


ଶ୍ରେଣୀଗୃହେ ଗୁରୁ ନିତି ଦେଖୁଥିଲେ

ପାଠରେ ନଥିଲା ମନ,

ଅନଲାଇନରେ ଗୁରୁଙ୍କୁ ଦେଖିଣ

ମନ ହୁଏ ଛନ୍ନଛନ୍ନ,

ଯାହାହେଉ ଭଲ ହେଲା,

ଗୁରୁଙ୍କର ଆଉ ଆକଟ ବାକ୍ୟଟା 

କାନେ ନ ପଡଇ ଭଲା ।


ସ୍ମାର୍ଟଫୋନଟିକୁ ଧରି ବସିଥିଲେ

ବାପାମାଆ ହୋଇ ଖୁସି,

ଭାବୁଣ ଥାଆନ୍ତି ମୋ' ଧନ ବସି

ପାଠ ପଢୁଅଛି ହସି,

ଚାଟିଂ ଗେମରେ ମାତି,

ପୁଅଝିଅ ତାଙ୍କ କି ପାଠ ପଢ଼ନ୍ତି

ଆସି ନ ଦେଖନ୍ତି କତି ।


କେତେଦିନ ଯାଏ ଏମତି ଉପାୟେ

ପାଠପଢ଼ା ଚାଲିଥିବ,

ଗୁଣକୁ ଗୁଣିଆ, ସୁନାକୁ ବଣିଆ

ଯେ ଯାହା ମତେ ଚିହ୍ନିବ,

ସବୁ ବୁଦ୍ଧିଆଙ୍କ ଠାବ,

ଅନଲାଇନ ଶିକ୍ଷା କେତେ ଯେ ସଫଳ

ତାହା ସମୟ କହିବ ।



Rate this content
Log in

Similar oriya poem from Inspirational