Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4  

Nilamani Thapa

Inspirational Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
354



ଆମ ଉତ୍କଳୀୟ ପରମ୍ପରା ଭାବ

ଓଡ଼ିଶା ମାଟିର ଗର୍ବ

ବୈଶାଖ ମାସର ଶୁକ୍ଲ ତୃତୀୟା

ଅକ୍ଷୟ ତୃତୀୟା ପର୍ବ ।


ଅନେକ ବିଶେଷ ଲକ୍ଷଣ ମାନ

ଏହି ପର୍ବ ଗୋଟିକରେ

ଅଖି ମୁଠି ନେଇ କୃଷକ ଯାଆନ୍ତି

ନିଜର କୃଷି ଖେତରେ ।


ହଳ ଓ ମଙ୍ଗଳ ବୁଲେଇ ଥାଆନ୍ତି

କରିବାକୁ ଚାଷ କାର୍ଯ

ଲକ୍ଷ୍ମୀ ମାଆଙ୍କୁ ଯେ ସ୍ମରଣ କରିକି

କରିଥାନ୍ତି ପୂଜା କାର୍ଯ ।


ଧାନ ବିହନ ନେଇ ସାଥିରେ ତାଙ୍କ

ପୂଜା ଫୁଲ ଦୁବ ଧରି

ପୂଜା ପାଠ କରି ଐଷଣ୍ଣ କୋଣରେ

ସୁଭ ଉପାସନା କରି ।


ବିଲର ହିଡରେ ପୂଜା ବିଧି ସାରି

ଆଖି ମୁଠି ବୁଣା ହୁଏ

ବସୁଧା ମାତାଙ୍କ ଆରଧନା କରି

ପୂଜା ପାଠ କରାଯାଏ ।


ଆମ ପରମ୍ପରା ଆମରି ଗୌରବ

ଅତି ନିଆରା ଏ ପର୍ବ

ଗୁହାରୀ କରନ୍ତି ସଭିଏ ଏକାଠି

ହେଉ ପ୍ରଭୁ ଶୁଭ କାର୍ଯ୍ୟ ।


ଜଗନ୍ନାଥ ଙ୍କର ଚନ୍ଦନ ଯାତରା

ହୁଏ ଏ ପୂର୍ଣ୍ଣ ବାସରେ

ଆହାକି ସୁନ୍ଦର ସାଜ ସଜ୍ଜା ହୁଏ

ଅକ୍ଷୟ ତୃତୀୟା ଆରେ ।


ରଥ ଯାତ୍ରା ପାଇଁ ରଥ ଗଢା କାର୍ଯ୍ୟ

ଆରମ୍ଭ ଏହି ଦିନରୁ

ବହୁ ଶୁଭ କାମ ଆରମ୍ଭ ହୁଅଇ

ଏହି ଶୁଭ ଦିନ ଠାରୁ।


ଅନେକ ମହତ୍ତ୍ୱ ରହିଅଛି ଭରି

ଏହି ଅକ୍ଷି ତୃତୀୟା ରେ

ବହୁ ଖୁସି ଆଉ ଆଡମ୍ବର ସହ

ଏହି ପର୍ବ ମନାଯାଏ ।।


Rate this content
Log in

Similar oriya poem from Inspirational