STORYMIRROR

Santosh Madhual

Abstract

2  

Santosh Madhual

Abstract

ଅଦୃଶ୍ୟ ତୁମେ

ଅଦୃଶ୍ୟ ତୁମେ

1 min
3.1K

ସୃଷ୍ଟିର ଆରମ୍ଭରୁ ତୁମେ ବିଦ୍ୟମାନ

ସବୁ ଦେଖ, ସବୁ ଶୁଣ ତୁମେ ବର୍ତ୍ତମାନ

ସେ ଦିନ ତୁମେତ ଥିଲ ଆଢୁଆଳେ

ଆଦାମ୍ ଆଉ ଇଭଙ୍କ ଆଗମନ କାଳେ

ତା ପରେ ତ ଜନସଂଖ୍ୟାର ବୃଦ୍ଧି

କଉଁଠି କଞ୍ଚା ଫଳତ କଉଁଠି କଞ୍ଚା ମାଂସର ବିଧି

ସବୁ ଥିଲା ହେଲେ ପାଲଟିଛି ଆଜି ଇତିହାସ

ଆରମ୍ଭୀଥିଲା ପଥରର ହାତ ହତିଆର, କିଛି ହେଲା ଧ୍ଵଂସ

କଉଁଠି ସଭାତ୍ୟ ରଚିଦେଇଗଲା ସବୁଜ ଧାନକ୍ଷେତ

କଉଁଠି ନଦୀର ଜଳ ଉନ୍ନତ୍ତ ତ କଉଁଠି ସ୍ଥିର ଚିତ୍ତ

ସବୁତ ତୁମେ ଦେଖିବି ଆନମନା ହେଲ

ଆହୁରି ବଢିଲା ସମୃଦ୍ଧି ସଭ୍ୟତା ଭରିଦେଲ

ହିଂସା ଦ୍ଵେଷ ସାଥେ ଗଢିଲ କଂକ୍ରିଟର ସଭ୍ୟତା

ଗୁଳି ଗୁଳାର ବର୍ଷଣ ପୁଣି ନାରୀ ହେଲା ଧର୍ଷିତା

ମନ୍ଦିର ଭାଙ୍ଗିଲା ପାହାଡ ଟଳିଲା ଶେଷ

ସଭ୍ୟତା ନାମେ ଡିଣ୍ଡିମ ଖାଲି ସମାଜ ଅଶାନ୍ତ ଦିଶେ

ସବୁ ଦେଖିବି ମଉନ ସାଜିଛ ତମେ

କେବେପୁଣି ଆଣିଦେବ ନିଖୁଣ ସମାଜ ବଞ୍ଚିବୁ ଆମେ  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract