Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Madhual

Others

4.5  

Santosh Madhual

Others

ହେ ଚିତ୍ରକର

ହେ ଚିତ୍ରକର

1 min
128



ତୁମେ ପରା ଚିତ୍ରକର

ତୁମ ତୁଳିରେ ରଙ୍ଗ ଦିଅ,

ଆଙ୍କି ଦିଅ କାନଭାସ ଉପରେ

ସବୁ ରଙ୍ଗର ମିଶ୍ରଣର ସୁଅ ।

ନଦୀ, ନାଳ ସବୁ ଭରିଯାଉ ପାଣିରେ

ବନ, ଜଙ୍ଗଲ ସବୁ ପୁରି ଉଠୁ ସବୁଜିମାରେ ।

କାଶତଣ୍ଡୀ ଫୁଟି ଉଠୁ କେଦାରେ କେଦାରେ,

ଧାନ କେରା ସାଇଁ ସାଇଁ କରୁ ପବନରେ ।

ତାରି ସୁଗନ୍ଧରେ ମନ ଉଲ୍ଲସିତ ହେଉ,

ନାଚି ନାଚି ଗୀତ ଗାଇ, ସମୟ ବିତି ଯାଉ ।

କଉଠିବି ନଥାଉ ମାଓବାଦୀର ଚିତ୍ର, ଆହା,

ନ କାନ୍ଦୁ ସୀମନ୍ତିନୀ ନାରୀ ଆଉ ଅସହାୟ ଶିଶୁ

ମା, ର ଆଖି କୋରଡରୁ ଲୋତକ ବହି ମାଟିରେ ନ ମିଶୁ ।

ଶୁଖିଲା ଛେପକୁ ଢୋକି ଜନ୍ମଦାତା ନ ଗଣନ୍ତୁ ଦିନ

ହେ ଚିତ୍ରକର ତୁମେ ନ ଆଙ୍କ ଏମିତି ଚିତ୍ର ପୁଣ । 


Rate this content
Log in