STORYMIRROR

Santosh Kumar Ojha

Tragedy

4  

Santosh Kumar Ojha

Tragedy

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
305

ତୁମକୁ ଭୁଲିବି ବୋଲି

ଅନେକ ପ୍ରେମିକା କଲି

ଭୁଲିବାଟା ହେଲା ନାହିଁ ,

ପ୍ରତାରଣା ଦିଏ ଶିକ୍ଷା

ପ୍ରତିଶ୍ରୁତି କିଣା ବିକା

ପ୍ରେମ ମାନେ ମିଠା ମିଠା ଦରଜ ।


ଏବେ ବି ମୋ ମନେ ଅଛି

ଲାଜ ମିଶା ହସ କିଛି

ସେଦିନ ସେ ମୁହଁ ସଂଜ ବେଳେ

ଫେରି ଫେରି ଚାହୁଁ ଥିଲ

ନକହି ବି କହୁ ଥିଲ

ଜହ୍ନ ହସୁ ଥିଲା ମେଘ କୋଳେ

ହେଲେ ମୁଁ ଜାଣି ନଥିଲି

ଭଲ ପାଇ ଯିବ ଭୁଲି

ମନକୁ ମୋ 

ଜାଳି ଦେବ ଭାବି ଖଣ୍ଡେ କାଗଜ

ପ୍ରେମ ମାନେ ମିଠା ମିଠା ଦରଜ ।


ଗଲା ଦିନ ମଲା କଥା

ଛାତି ତଳେ ଦିଏ ବ୍ୟଥା

ସ୍ମୃତି ଏକ ଦରପୋଡ଼ା କାଠ

ଆଖି କୋଣେ ରହି ରହି

ଝରି ଯାଏ ଲୁହ ହେଇ

ଖୋଜୁ ଥାଏ ମଶାଣିକୁ ବାଟ

ପ୍ରତିଶ୍ରୁତି ପାଣି ଗାର

ପ୍ରେମ ଥିଲା ବାଲିଘର

ତଥାପି ମୋ

ମନ ରଂଗ ତୁମ ପାଇଁ ସବୁଜ

ଭୁଲିବାଟା ହେଲା ନାହିଁ ସହଜ ।


ଏବେ ବି ସେ ସ୍ମୃତି ତାଜା

ଖୋଲା ବି ମନ ଦରଜା

ତମେ କିନ୍ତୁ ନଆସିଲେ ଗଲା,

ପୋତି ଥିଲେ ପ୍ରେମ ଚାରା

ଖୋଜୁଥିଲା ପ୍ରୀତି ଧାରା

ତୁମ ବିନ

ଅଭୁଲା ସେଇ ମୁହୂର୍ତ୍ତ 

ମନେ ଅଛି ଅତ୍ର ତତ୍ର

ଅଜାଣତେ 

ଛୁଇଁ ଯାଏ ପାଦରୁ ମଗଜ

ପ୍ରେମ ମାନେ ମିଠା ମିଠା ଦରଜ ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy