STORYMIRROR

Asit Kumar Das

Inspirational

3  

Asit Kumar Das

Inspirational

ଅଭିମାନିନୀ ବର୍ଷା

ଅଭିମାନିନୀ ବର୍ଷା

1 min
13.5K


ବର୍ଷା....

କେବେ ତୁମେ ଜୀବନ ର ଆଶା ତ...ଆଉ କେବେ ପ୍ରୀତିର ସମ୍ଭାର,

ବେଳେବେଳେ ହୃଦୟର କ୍ରନ୍ଦନ ତ...ଆଉକେବେ ହୃଦର ସ୍ପନ୍ଦନ ।।

ବର୍ଷା...

କେବେତୁମେ ସ୍ୱପ୍ନରେ ଆସ ତ...କେବେ ତୁମେ ଲୁହ ହୋଇ ଆସ,

କେବେତୁମେ କଳାମେଘି ଓଢଣୀ କୁ ଟାଣି...ଝିପଝିପ ଅମୃତ ପରଶ ।।

ବର୍ଷା...

କେବେତୁମେ ପ୍ରକୃତି ରାଣୀର ପ୍ରେମର ସନ୍ତକ...ପୁଣିକେବେ ତାଣ୍ଡବ ର ଅବତାର,

ପୁଣିକେବେ ପ୍ରକୃତି ରାଣୀର ଗେଲହୀ କୁମାରୀ ତ...ଆଉକେବେ ପ୍ରେମିକା ମୋ ସୁନୀଳ ସ୍ୱପ୍ନର ।।

ବର୍ଷା...

ଲାସ୍ୟମୟୀ ହାସ୍ୟତାର ଗମ୍ଭୀର ହୃଦୟେ...କେବେତୁମେ ସଭିଁଙ୍କୁ ହସାଅ,

ଆଉକେବେ ଦୁର୍ଦ୍ଦିନର ଦୁର୍ବିସହ ହୋଇ...ବେଳେବେଳେ ପରାଣ କନ୍ଦାଅ ।।

ବର୍ଷା...

କେଉଁଦିନୁ ତୁମର ପ୍ରତିକ୍ଷାକରି...ଆଜି ମୁଁ ହତାଶ ପ୍ରାୟେକ,

ତୁମର ସେ ସ୍ପର୍ଶ ଟିକେ ପାଇବା ପାଇଁକି...ମନେମୋର ଯୌବନ ଉଦ୍ରେକ ।।

ବର୍ଷା...

କେବେତୁମେ ହସି ହସି ଆସ ତ...ଆଉକେବେ ଲୁଚକାଳି ଖେଳ,

କିନ୍ତୁ ଏବେ ଆହ୍ବାନକରୁଛି ଅଭିମାନ ନ କରି ଧରିତ୍ରୀର ବକ୍ଷମଧ୍ୟେ ପଡ଼ିଯାଅ...

କାହିଁକିନା ଏଇଟା ହିଁ ତୁମ ସାଥେ ଧରିତ୍ରୀ ର ସଙ୍ଗମ ର ବେଳ...ଏଇଟା ହିଁ ସଙ୍ଗମ ର ବେଳ ।।


ଅସିତ କୁମାର ଦାସ ...ଗ୍ରାମ-ଖୁଣ୍ଟୁବନ୍ଧ... ଜିଲ୍ଲା-ନୟାଗଡ଼

ମୋ-7682819572



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational