Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusudan Mishra

Comedy

3  

Madhusudan Mishra

Comedy

ଆମେ ଓଡିଆ

ଆମେ ଓଡିଆ

1 min
244



କେବେଠୁ ଇଂରେଜ   ବିଦାୟ ନେଲେଣି

       ଛାଡିଗଲେ ତାଙ୍କ ଭାଷା ।

ତାଙ୍କରି ଭାଷାକୁ    ଚାଟିବା ପେଇଁକି

      ଷୋଳପଣ ଆମ ଆଶା ।

     ଏମିତିକା ଆମେ ଓଡିଆ ।

ମାଆ ହାତରନ୍ଧା     ସୁଆଦ ଲାଗୁନି

     ମାଉସୀର ରନ୍ଧା ବଢିଆ ।।


ଓଡିଆ ପଛକେ     ପାଟିରେ ନପଶୁ

       ଖଣ୍ଡି ଇଂଗିରେଜୀ କହୁ ।

ଛୁଆଙ୍କୁ ଆମର    ଇଂଗ୍ରେଜୀ ପଢାଉ

       ସତେକି ଝରିବ ମହୁ ।।

      ଏମିତିକା ଆମେ ଓଡିଆ ।

ପିଲାଏ ଆମର    ମାତୃଭାଷା ଭୁଲି

      କହନ୍ତି ଇଂଗ୍ରେଜୀ ଦେଢିଆ ।।


ଆମ ବର୍ଣ୍ଣବୋଧ    ପଢିଲା ବେଳକୁ

       ପିଲାଙ୍କ ଶୁଖୁଚି ତଣ୍ଟି ।

ବାପା ମାଆ ଛାଡି    ଦୁନିଆଟା ତାଙ୍କୁ

        ଦିଶୁଚି ଅଙ୍କଲ ଆଣ୍ଟି ।।

       ଏମିତିକା ଆମେ ଓଡିଆ ।

ବୋପାକୁ ନପୋଷି    ଦାଦିକୁ ପୋଷିବା

      ହୋଇ ଆମେ ପର ଗୋଡିଆ ।।


ଶାସ୍ତ୍ରୀୟ ମାନ୍ୟତା    ପାଇଛି ଓଡିଆ

      କହିବାକୁ କିଆଁ ଲାଜ ?

ଓଡିଆ ବଦଳେ   ଇଂଗିରେଜୀ କହି

      ଭାବନ୍ତି ବୁଦ୍ଧିଆ ଆଜ ।

     ଏମିତିକା ଆମେ ଓଡିଆ ।

ମାଗଣା ଖିଆକୁ     ସୁଆଦ ମଣୁଚୁ

       ନିଜ ଜମି ରଖି ପଡିଆ ।।


ଭାଇ କି ମଉସା   ଡାକିଦେଲେ କିଏ

     ରାଗେ ଆମେ ଜଳିଯାଉ ।

ବାବୁ ଡାକଟାକୁ   ସତେକି ଯେମିତି

     ଗୋଟାପଣେ ଭଲପାଉ ।

    ଏମିତିକା ଆମେ ଓଡିଆ ।

ଆମ ଭାଷା ଏବେ    ଆମକୁ ନାଗୁଚି

       ଯେମନ୍ତେ ଗୋବର ଗାଡିଆ ।।


ଆମ ଭାଷା ଆଉ   ସଂସ୍କୃତିକୁ ଆମେ

       ଭାବୁଚୁ ନିହାତି ହୀନ ।

ସେଥିପେଇଁ ଆମେ   ଇଂଗ୍ରେଜୀ କହୁଚୁ

      ପାଇବାକୁ ସନମାନ ।

    ଏମିତିକା ଆମେ ଓଡିଆ ।

କହିଲେ କହିବ    ଦେଖହେ କହୁଚି

     କଥାଗୁରା ଅଣ ଥ୍ରେଡିଆ ।।




Rate this content
Log in

Similar oriya poem from Comedy