Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusudan Mishra

Others

3  

Madhusudan Mishra

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
312


କାର୍ତ୍ତିକ ପୂର୍ଣ୍ଣିମା  ଧରମ ଦିନଟି

  ମାନବ ସମାଜ ପାଇଁ ।

ବରଷକେ ଥରେ    ଅତି ଆନନ୍ଦରେ

   ଆସିଛି ମରତେ ଧାଇଁ ।।

ସକାଳୁ ସକାଳୁ   ସ୍ନାନ ଶୌଚ ହୋଇ

  ମନ୍ଦିର ଦର୍ଶନେ ଯିବା ।

ଦୀପଟିଏ ଜାଳି   ଭୋଗରାଗ କରି

    ବିଶ୍ବଶାନ୍ତି ମନାସିବା ।।

ମାନବ ସେବାହିଁ    ମାଧବର ସେବା

     ଏକଥା ରଖିବା ଧ୍ୟାନ ।

ପର ଉପକାରେ    ଜୀବନ ଜାଳିବା 

     ସତ୍ୟରେ ରଖିଣ ମନ।।

ଦୁଃଖୀ ରଙ୍କିଙ୍କର  ମନବୁଝି ଆମେ

   କରୁଥିବା ଦାନପୁଣ୍ୟ ।

ପ୍ରଭୁ କୃପାବଳେ ଏଭବ ସଂସାରେ

    ନିଶ୍ଚୟ ହୋଇବା ଧନ୍ୟ ।।

ପବିତ୍ର ଅଟଇ   କାର୍ତ୍ତିକ ପୂର୍ଣ୍ଣିମା

   ନାମ ରାଧାକୃଷ୍ଣ ରାସ ।

ତାଙ୍କ ପାଦତଳେ   ଜୀବନ ସମର୍ପି

ହୋଇବା ତାଙ୍କର ଦାସ ।।



Rate this content
Log in