STORYMIRROR

CMA, Niranjan Panda

Inspirational Others

3  

CMA, Niranjan Panda

Inspirational Others

ଆଜିର ଗଣତନ୍ତ୍ର

ଆଜିର ଗଣତନ୍ତ୍ର

1 min
7.0K


ଗଣତନ୍ତ୍ର,ସେ ତ ଅବଳା ନାରୀର ଦୁଃଖ

ପୁଣି ଦୁର୍ବଳର ପ୍ରତିଶବ୍ଦ

ଯେତେ ହତ୍ୟା କର ଅବା କ୍ଷତ ବିକ୍ଷତ କର

କରେ ନାହିଁ ପ୍ରତିବାଦ

ଦେଖୁଥାଏ ହୋଇ ସ୍ତବ୍ଧ

ଓହଃ,..............

କଳା ପାହାଡ଼କୁ ନ୍ୟାୟ ଦେବା ପାଇଁ

ଏଠି, ସଭିଏଁ ହୁଅନ୍ତି ବ୍ୟଗ୍ର ||

ଗଣତନ୍ତ୍ର,ଏବେ ଅନ୍ୟାୟର ବଡ଼ ଅଙ୍ଗ

ସମ୍ବିଧାନର ମିଥ୍ୟା କୁମ୍ଭ

ଏଠି ସୁବିଧା ବାଦର ସୁନ୍ଦର ଉଦାହରଣ

ଦେଖି ଦେଖି ଆଖି ଅନ୍ଧ

ନଦେଖିଲେ ବି ପାଟି ବନ୍ଦ

ଓହଃ,...............

ଅନ୍ୟାୟର ଯାତ୍ରା ଦେଖିବାକୁ ଭିଡ଼

ପୁଣି ନ୍ୟାୟ ମାଗିଲେ ଯୁଦ୍ଧ ||

ଗଣତନ୍ତ୍ର,ଏବେ ଗଣିତ ତନ୍ତ୍ରର ଅଙ୍କ

ପିଲା ଗଣିତର ମାନସାଂକ

ହିସାବ ନିକାସ ମିଶାଣ ଫେଡ଼ାଣକୁ ନେଇ

ସଂଖ୍ୟା ଗଣିତର ଏକ ଅଂଶ

ଲୋକ ଦେଖାଣିଆ ଲୋକତନ୍ତ୍ର

ଓହଃ,..............

ନିର୍ବାଚନ ପରେ ସରକାର ଘରେ

ଅଛିଣ୍ଡା ଗଣିତ ଅଙ୍କ ||

ଗଣତନ୍ତ୍ର,ସେ ତ ଦୁଇ ଦିନର ଅତିଥି

ଜେଲ୍ ଫେରନ୍ତା କଏଦୀ

ଜାନୁଆରୀ ଛବିଶ ଅବା ଅଗଷ୍ଟ ପନ୍ଦରେ

ମନେପଡ଼େ ଗଣତନ୍ତ୍ର ବିଧ୍ୟ

ବନ୍ଦେ ମାତରମର ଆବୃତି

ଓହଃ..................

ସଞ୍ଜ ନଇଁ ଗଲେ ଅତିଥି ଅଚିହ୍ନା

ଏଠି ଗଣତନ୍ତ୍ର ନିଜେ ବନ୍ଦି ll


Rate this content
Log in

Similar oriya poem from Inspirational