ଅନୁଶୋଚନା
ଅନୁଶୋଚନା


ଏ କେମିକା ପୁଅ ଭଲା
ପାଠ ପଡ଼ିସାରି ଚାକିରି କରିବାଟା କାଳ ହେଲା
ନିଜ ଇଛାରେ ବିବାହ କରି
ସ୍ତ୍ରୀକୁ ନିଜର କରି
ଦେଖ ଆଜି ବାପା ମା' କୁ ପର କଲା ||
ନିଜ ଅନ୍ତରକୁ ପଥର କରି
ନିଜ ଭୋକକୁ ଭିତରେ ମାରି, ବାପ ବଡ଼ କରିଥିଲା
ସେହି ପୁଅ ଦେଖ ବାପ ଆହାରକୁ
ଗୋଡ଼ରେ ଆଡ଼େଇ ଦେଇ
ପୁଣି ବାହାରେ ଗଡ଼େଇ ଦେଲା ||
ଭାବିଥିଲା ବାପ ବଡ଼ହୋଇ ପୁଅ
ବାପ ସେବା କରିବ ଓ ହାତ ଧରି ବାଟ ବଢି଼ବ
ହେଲେ ବାପ ହାତ ପୁଅ ଛାଡ଼ିଦେଇ
ଏଠି ସ୍ତ୍ରୀ କାନି ଧରି
ଆଜ୍ଞାଧୀନ ଛାତ୍ରପରି ଦେଖ ଚାଲିବ ||
ବୁଢା଼ ବାପ ଆଉ ଖଟି ପାରେନାହିଁ
ବାର୍ଧ୍ୟକ୍ୟ ଗଲାଣି ବଢ଼ି ଥରୁଥାଏ ହାତେ ବାଡ଼ି
ପୁଅ ନାଚ କରେ ଡ଼ିସ୍କୋ ପାର୍ଟିରେ
ସ୍ତ୍ରୀ ର ହାତକୁ ଧରି
ପୁଣି ବାପକୁ ବୃଦ୍ଧାଶ୍ରମେ ଛାଡ଼ି ||
ଆଶ୍ରମରେ ଛାଡ଼ି ପୁଅ ବାହୁଡିବା ବେଳେ
ବାପ ହସଗପ କର
ୁଥାଏ, ପୁଅପଛକୁ ଚାହିଁ ଦେଖେ
ପୁଣି ଆଶ୍ଚର୍ଯ୍ୟ ହୋଇ ଫେରେ
ବାପ କହେ ତୁ ବି ଥିଲୁ ଅନାଥ
ପାଳିଥିଲି ତୋତେ ଏଇଠୁ ନେଇ ପାଖେ ||
ପୁଅ ଆଖି ହୁଏ ଲୁହେ ଛଳ ଛଳ
କୋହ ସମ୍ଭାଳି ନପାରି ଜାଣ ଧରିଲା ବାପର ପାଦ
ଆଉସେ ଭୂଲ୍ ହୋଇବ ନାହିଁ
ଭୁଲ୍ ମାଗେ ଧରି କାନ
କ୍ଷମା କରିଦିଅ ଆଜି ଭାଙ୍ଗିଗଲା ମୋର ନିଦ ||
(ପୁଅ ତା ବାପର ବାର୍ଧ୍ୟକ୍ୟ ସମୟରେ ସେବା ନକରି ଆଶ୍ରମରେ ଛାଡି ଫେରୁ ଥିବା ସମୟରେ ପଛକୁ ଦେଖେ ବାପ ଅନୁଶୋଚନା ନକରି ସେ ମାଲିକ ସହିତ ଖୁସି ଗପ କରୁଥାଏ ଆଗରୁ ପରିଚୟ ଥିବା ପରି , ପୁଅ ଆଶ୍ଚର୍ଯ୍ୟ ହୋଇ ପୁଅ ପୁଣି ଫେରେ, ବାପ କହେ ଆରେ ତୁ ବି ଜଣେ ଅନାଥ ମୁଁ ତୋତେ ଏହି ଅନାଥଶ୍ରମରୁ ପଚିଷ୍ ବର୍ଷ ପୂର୍ବରୁ ନେଇ ପାଳିଥିଲି ତେଣୁ ମୋର ଏଠି ରହିଲେ କିଛି ଅସୁବିଧା ନାହିଁ, )
CMA ନିରଞ୍ଜନ ପଣ୍ଡା
ଗ୍ରାମ- ପୁରଣ ପଧାନ, ଶିଶିଲୋ ,ବାଳକାଟି
ଖୋର୍ଦ୍ଧା, 8093898984
ପିନ୍-752100