Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#52 Weeks Writing Challenge Edition 3

SEE WINNERS

Share with friends


ଉପସ୍ଥାପନା

 

କିଛି ପାଇବା ପାଇଁ ନିରନ୍ତର ଅଧ୍ୟବସାୟ,କେନ୍ଦ୍ରୀଭୂତ , ଚେଷ୍ଟା ଓ ଜିଦ୍ ସୃଜନ କ୍ଷେତ୍ରରେ ଅନେକ ବିଶେଷଜ୍ଞତା ଓ ଅତି ପ୍ରଭାବଶାଳୀ ଉନ୍ନତି ଆଣିଥାଏ । ଷ୍ଟୋରିମିରର୍ ଏହାର ୫୨ ସପ୍ତାହ ପ୍ରତିଯୋଗିତା ୨୦୨୦ ( ସଂସ୍କରଣ - ୩ ) ଆପଣମାନଙ୍କୁ ନିମନ୍ତ୍ରିତ କରୁଅଛି । ଏହି ପ୍ରତିଯୋଗିତା ଆପଣମାନଙ୍କର ଲିଖନ ଦକ୍ଷତାକୁ ପରବର୍ତ୍ତୀ ସ୍ତରକୁ ନେବା ସହିତ ଆପଣମାନଙ୍କର ସୃଜନ ସହିଷ୍ଣୁତାକୁ ଦୃଢ କରିବାରେ ସହାୟକ ହେବ ।

 

ବିଗତ ବର୍ଷରେ ଓଡ଼ିଆ ସମେତ ସମୁଦାୟ ଛଅଟି ଭାଷାରେ କରାଯାଇଥିବା ୫୨ ସପ୍ତାହ ଲିଖନ ଆହ୍ଵାନ ୨୦୧୯ର ବିପୁଳ ସଫଳତା ପରେ ଆମେ ହିନ୍ଦୀ, ଗୁଜରାଟୀ, ମରାଠୀ, ଓଡ଼ିଆ, ବଙ୍ଗାଳୀ, ଇଂରାଜୀ, ତାମିଲ, ତେଲୁଗୁ, ମାଲୟାଲମ ଏବଂ କନ୍ନଡ଼ ଭଳି ସମୁଦାୟ ଦଶଟି ଭାଷାରେ ଏହି ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛୁ । ସବୁଠାରୁ ବଡ ଲିଖନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଇଯା’ନ୍ତୁ ।

 

 

ନିୟମ

 

୧ . ପ୍ରତିଯୋଗିମାନେ୫୨ ସପ୍ତାହ ପାଇଁ ପ୍ରତି ସପ୍ତାହକୁ ଗୋଟିଏ ଲେଖାଏ ଗଳ୍ପ ଓ କବିତା ବିଭାଗରେ ଦାଖଲ କରିବେ । ଏହି ଭଳି ୫୨ଟି ଗଳ୍ପ କିମ୍ବା ୫୨ଟି କବିତା ଲଗାତାର ଦାଖଲ କରିବେ ।

୨ . ଉଦାହାର ସ୍ୱରୂପ ଯଦି ଆପଣ ଜାନୁୟାରୀ ୨୦୧୯ର ତୃତୀୟ ସପ୍ତାହରେ ଆପଣଙ୍କର ଲେଖା ଦେବା ଆରମ୍ଭ କରିବେ ତେବେ ଜାନୁୟାରୀ ୨୦ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲେଖା ଦାଖଲ କରିବେ ।

୩ . ପ୍ରତିଯୋଗିମାନେ ନିଭିନ୍ନ ବିଭାଗର (ଗଳ୍ପ/କବିତା) ପାଇଁ ରେଜିଷ୍ଟର କରିପାରିବେ । କିନ୍ତୁ ୫୨ଟି ଲେଖା ସମାନ ବିଭାଗର ଲେଖା(ଗଳ୍ପ/କବିତା) ହେବ ଆବଶ୍ୟକ ।

୪ . ଲେଖକ ଥରେ ଲେଖା ଦେବା ଆରମ୍ଭ କାଲେ କୌଣସି ବିରତି ନେବା ଉଚିତ ନୁହେଁ । ଯଦି ବିରତି ନିଅନ୍ତି ତେବେ ସେମାନଙ୍କୁ ପ୍ରତିଯୋଗିତାରୁ ବାଦ ଦିଆଯିବ ।

୫. ଏହି ଆହ୍ଵାନକୁ ଛୋଟ write -a-thon ରେ ବିଭକ୍ତ କରାଯାଇଛି ।

- ୧୩ ସପ୍ତାହ write -a-thon

-୨୬ ସପ୍ତାହ write-a-thon

-୨୯ ସପ୍ତାହ write-a-thon

ଗୋଟିଏ ସ୍ତର ସଂପୂର୍ଣ୍ଣ କଲେ ସେହି ସ୍ତରର ଲାଭ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।

୬ . ଲେଖା କେତେଜଣ ପଢିଛନ୍ତି, ଲେଖାକୁ କେତେଜଣ ପସନ୍ଦ କରିଛନ୍ତି ଏବଂ ସମ୍ପାଦକ ମଣ୍ଡଳୀଙ୍କ ଦ୍ଵାରା ପ୍ରଦତ୍ତ ନମ୍ବର ଆଧାରରେ ବିଜେତା ଘୋଷଣା କରାଯିବ । ସମସ୍ତ ୫୨ ଲେଖା ପାଇଁ ଚକ୍ରବୃଦ୍ଧି ପରିମାଣ ହିସାବ କରାଯିବ ।

୭ . ସମସ୍ତ ଲେଖା ଏହି ଲିଙ୍କ (https://contest.storymirror.com)ରେ ଦାଖଲ ହେବା ଆବଶ୍ୟକ ନଚେତ ସମସ୍ତ ଦାଖଲ ହୋଇଥିବା ଲେଖାକୁ ଚୟନ କରାଯିବ ନାହିଁ ।

 

 

ପୁରସ୍କାର

 

୧ . ୫୨ ସପ୍ତାହ ଆହ୍ଵାନ ସଂପୂର୍ଣ୍ଣ କଲା ପରେ ପ୍ରତ୍ୟକ ବିଭାଗର ପ୍ରଥମ ୧୦ଟି ଲେଖାକୁ ଷ୍ଟୋରିମିରର୍ ତରଫରୁ ମାନପତ୍ର ଦିଆଯିବ ।

୨ . ପ୍ରତ୍ୟକ ଭାଷାର ଦୁଇଜଣ ବିଜେତାଙ୍କ ଗଳ୍ପ ଓ କବିତା ଷ୍ଟୋରିମିରର୍ ତରଫରୁ ପାରମ୍ପରିକ ଭାବେ ପୁସ୍ତକ ପ୍ରକାଶ କରାଯିବ ।

୩ . ଯେଉଁ ପ୍ରତିଯୋଗୀମାନେ ଏହି ପ୍ରତିଯୋଗୀତା ପାଇଁ ରେଜିଷ୍ଟର କାଲେ ସେମାନେ ନିମ୍ନ ଲିଖିତ ଲାଭ ପାଇପାରିବେ ।

- ନିରନ୍ତର ଲିଖନ ଶୈଳୀ ଓ ସେହି ଭଳି ଅନ୍ୟାନ୍ୟ ନିବେଶ

- ୱେବିନର୍ସେସନ ଯେଉଁ ଠାରେ ସବୁଠାରୁ ଭଲ ଗଳ୍ପ ଓ କବିତା ଗୁଡିକୁ ଆଲୋଚନା କରାଯାଏ

- ୧୩ ସପ୍ତାହ ସଂପୂର୍ଣ୍ଣ ହେଲାପରେ :- ଡିଜିଟାଲ ମାନପତ୍ର ( ଯାତ୍ରାର ଏକ ଚତୁର୍ଥାଂଶ)

- ୨୬ ସପ୍ତାହ ସଂପୂର୍ଣ୍ଣ ହେଲାପରେ ଯାହାକି ଯାତ୍ରାର ଅର୍ଦ୍ଧେକ ( ଆପଣ ମାଗଣା ସ୍ଵର୍ଣ୍ଣ ସଭ୍ୟ ପଦ ପାଇ ପାରିବେ +ମାନପତ୍ର)

- ୩୯ ସପ୍ତାହ ସଂପୂର୍ଣ୍ଣ ହେଲା ପରେ ଯାହାକି ଯାତ୍ରାର ( ତିନି ଚତୁର୍ଥାଂଶ : ଷ୍ଟୋରିମିରର୍ ଆପଣଙ୍କ ଇ – ପୁସ୍ତକ ପ୍ରକାଶ କରିବ + ମାନପତ୍ର )

 

Eligibility

 

Contest Period – January 1, 2020 to April 15, 2021

Submission Period – January 1, 2020 to April 15, 2021

Registration upto – April 15, 2020

Results – June 2021

 

Languages: Oriya

Content type: Story, Poem

Contact person: For any queries, please contact: marketing@storymirror.com; pallabini@storymirror.com



Trending content
40 339