Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଆଈ ମା'ର ଗପ ଚାଙ୍ଗୁଡ଼ି

Inspirational Others

3.5  

ଆଈ ମା'ର ଗପ ଚାଙ୍ଗୁଡ଼ି

Inspirational Others

ପ୍ରକୃତ ଶିଷ୍ୟ

ପ୍ରକୃତ ଶିଷ୍ୟ

2 mins
1.2K


ଗୁରୁକୁଳ ଆଶ୍ରମରେ ଅନେକ ଶିଷ୍ୟ ଜୀବନ ଭିତିକ ଶିକ୍ଷାଲାଭ କରୁଥାନ୍ତି । ବହୁ ବିଜ୍ଞ ଲୋକ ସେମାନଙ୍କ ପିଲାମାନଙ୍କୁ ସେହି ଆଶ୍ରମକୁ ଛାଡୁଥିଲେ । ଶିକ୍ଷାଦାନ କରୁଥିବା ଋଷି ଥିଲେ ମହାନ ଜ୍ଞାନୀ, ପରମତ୍ୟାଗୀ ଓ ଅତ୍ୟନ୍ତ ଛାତ୍ରବବତ୍ସଳ । ନିଜର ଆଦର୍ଶ ବଳରେ ସେ ତାଙ୍କ ଛାତ୍ରମାନଙ୍କୁ ବହୁ ନୂଆ ନୂଆ କଥା କାହାଣୀ ପ୍ରଦାନ କରୁଥିଲେ । ସେଠାକାର ଦିନଚର୍ଯ୍ୟା ଥିଲା ମାର୍ଜିତ ତଥା ସମୟୋପଯୋଗୀ ।

ଦିନେ ଗୁରୁଜୀ ଘୋଷଣା କଲେ ବତ୍ସ ! ତୁମ ମାନଙ୍କର ଏହି ଆଶ୍ରମ ଶିକ୍ଷା ସମାପ୍ତ ହୋଇଛି । ଏବେ ତୁମେ ନିଜ ନିଜର ଗୃହକୁ ଫେରି ଯାଇପାର ମାତ୍ର ତା’ ପୂର୍ବରୁ ତୁମମାନଙ୍କର ପରୀକ୍ଷା ନେବାକୁ ମୁଁ ଚାହେଁ ତାହେଲେ ଯାଇ ଏହି ଗୁରୁ କୂଳରେ କେଉଁମାନେ ପ୍ରକୃତ ଶିକ୍ଷା ପାଇଛ ତାହା ଆଜି ହିଁ ଜଣା ପଡିବ । ଏହା କହି ସେ ଗୁରୁ ସମସ୍ତଙ୍କୁ ଟେଳାଏ ଲେଖାଁଏ କଂଚାମାଟି ଗୁଳା ଧରାଇ ଦେଇ ନିଜ ଇଚ୍ଛା ଅନୁସାରେ ମୂର୍ତ୍ତିଟିଏ ଲେଖାଏଁ ଗଢିବାକୁ କହିଲେ ମାତ୍ର କେହି କାହାଠାରୁ ଆଦୌ ଦେଖିବେ ନାହିଁ ।

କିଛି ସମୟ ପରେ ଜଣ ଜଣ କରି ନାନା ଧରଣର ମୂର୍ତ୍ତି ଗଢି ଆଣିଲେ । କିଏ ଫଳ ତିଆରି କରିଛି ତ କିଏ ପଶୁପକ୍ଷୀଙ୍କ ମୂର୍ତ୍ତି ତିଆରି କରିଛି । କିଏ କଣ୍ଢେଇ ତ ପୁଣି କିଏ ପନିପରିବା ଗଢିଛି । ତା’ଭିତରୁ ତିନିଜଣ ପିଲା ଗୁରୁଙ୍କ ଦୃଷ୍ଟି ଆକର୍ଷଣ କଲା ଭଳି ମୂର୍ତ୍ତି ଗଢିଛନ୍ତି । ଗୁରୁ ହସି ହସି କହିଲେ ‘ତୁମେ କ’ଣ ଗଢିଛ ଦେଖି?’ ପିଲାଟି ମୂର୍ତ୍ତି ଦେଖାଇ କହିଲା – “ମୁଁ ଆପଣଙ୍କ ମୂର୍ତ୍ତି ଗଢିଛି ।” ତହୁଁ ସେ ଗୁରୁ ପଚାରିଲେ – କାହିଁକି? ଶିଷ୍ୟ ଉତ୍ତର ଦେଲା – ଗୁରୁଦେବ ! ଆପଣ କହିଥିଲେ ନା – “ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରୁବେ ନମଃ ।” ଏହା ଶୁଣି ଗୁରୁ ଟିକେ ହସି ଦେଇ ତା’ପରେ ଆଉ ଏକ ଶିଷ୍ୟକୁ ପଚାରିଲେ ‘ତୁମେ କ’ଣ କରିଛ?’ ସେ କହିଲା – “ମୁଁ ମୋର ବାପାଙ୍କ ମୂର୍ତ୍ତି ଗଢିଛି ।” ଗୁରୁଦେବ ପଚାରିଲେ, କାହିଁକି? ତାପରେ ସେ ଶିଷ୍ୟ କହିଲା ଗୁରୁଦେବ ଆପଣ କହିଥିଲେ ନା “ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ । ପ୍ରିତରି ପ୍ରିତିମା ପନେ ପ୍ରିୟନ୍ତି ସର୍ବ ଦେବତା ।” ଏକଥା ଶୁଣି ଗୁରୁଦେବ ସେ ପିଲାଟିର ମୁଣ୍ଡରେ ବି ହାତ ବୁଲାଇ ଆଣି ଟିକେ ହସିଦେଲେ । ଶେଷରେ ସେ ତୃତୀୟ ଶିଷ୍ୟଟିକୁ ଗୁରୁ ପଚାରିଲେ, ସେ କହିଲା ଗୁରୁଦେବ – “ମୁଁ ଇଣ୍ଡିଆ ମାତାର ପ୍ରତିମୂର୍ତ୍ତି ଗଢିଛି ।” ଏକଥା ପରେ ଗୁରୁଜୀ କାହିଁକି ବୋଲି ପ୍ରଶ୍ନ କରିବାରୁ ପିଲାଟି କହିଲା – “ମାତୃଭୂମି, ମାତୃଭାଷା ଉଭୟେ ଜନନୀ, ସେବତାକୁ ଭକ୍ତିଭରେ ଦିବସ ରଜନୀ ।”

ତିନିଜଣ ଶିଷ୍ୟଙ୍କ ଠାରୁ ଏହି ମହାନ୍ ଚିନ୍ତାଧାରା ଗୁରୁଦେବ ଶୁଣି ବହୁତ ଖୁସି ହେଲେ । ଅନେକ ପିଲାଙ୍କ ମଧ୍ୟରୁ ମାତ୍ର ତିନିଜଣ ପ୍ରକୃତ ଶିକ୍ଷା ପାଇଁ ପ୍ରକୃତ ଶିଷ୍ୟର ମାନ୍ୟତା ଲାଭ କଲେ । ତାପରେ ସେ ଗୁରୁଜୀ ପିଲାଙ୍କୁ ସ୍ନେହରେ କୁଣ୍ଢାଇ ଜୀବନରେ ବଡ ହେବା ପାଇଁ ସେମାନଙ୍କୁ ଅନେକ ଆଶୀର୍ବାଦ ଦେଲେ । ଶେଷରେ ସେ ପିଲାମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।


Rate this content
Log in

Similar oriya story from Inspirational