Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahu

Tragedy

2  

sasmita sahu

Tragedy

ଅ-ମୃତ ସୈନିକ

ଅ-ମୃତ ସୈନିକ

1 min
7.8K


ମୁଁ ମରିବା ପରେ ମୋତେ ବାକ୍ସରେ ବାନ୍ଧି ମୋ ବାପା ବୋଉଙ୍କୁ ବା ଗାଁ ଲୋକଙ୍କୁ ଉପହାର ଦିଅନି ବରଂ କୁହ ସେଇମାନଙ୍କୁ ତୁମ ପୁଅ ଟିକିଏ ଦୂରକୁ ଯାଇଛି ଫେରିବାକୁ ଡେରି ହେବ । ମୋତେ ବଞ୍ଚେଇ ରଖିବ ତାଙ୍କ ଭିତରେ ତାଙ୍କର ଶେଷ ଦିନ ଯାଏଁ । ତାଙ୍କୁ ପ୍ରବୋଧି କହିବ ସେ ଅନେକ କଲା ଏବେ ଆମକୁ କହି ଯାଇଛି ବାପା ବୋଉଙ୍କୁ ଅନେଇବ । ଯାହା ଦରକାର ଦେଵ ଏପରିକି କାନ୍ଧ ବି କହିବ ସେ ଆସୁ ଆସୁ ଡେରି ହେବ ଆମେ କଣ ତୁମ ପୁଅ ନୁହେଁ ? ବୋଉକୁ କହିବ ତା ପୁଅ ବେଷ୍ଟ କରୁକରୁ ଝୁଣ୍ଟିପଡିଛି ବେସ୍ତ ହେବନି । ଭାଇକୁ କହିବ ମୋ ଅଧଗଢା କୋଣାର୍କର ମୁଣ୍ଡି ମାରିବ । କୁନିକୁ କହିବ ତୁ କେବେ ଆଖି ଝୁଂକେଇ ବାଟ ଚାଲିବୁନି ତୋ ଭାଇ ଗୁଲିକୁ ଛାତି ଦେଖେଇ ପାରେ ଆଉ ତୁ ଶବ୍ଦ କେଇଟାରେ ବିଚଳିତ ହେଉଚୁ।

ଜଣେ ସହିଦ କେବେ ମୃତ ନୁହେଁ।

-ସସ୍ମିତା ସାହୁ


Rate this content
Log in

Similar oriya story from Tragedy