sasmita sahu

Others

4.0  

sasmita sahu

Others

ସାଧବ ବୋହୂ

ସାଧବ ବୋହୂ

3 mins
2.0K


ସୁପ୍ରିମକୋର୍ଟ ରାୟ ଦେଲା ସମାଲିଙ୍ଗୀ ଏକାଠି ରହିବେ। ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ। ମୋତେ ବି ପ୍ରଶ୍ନମାନେ ଛୁଇଁଛନ୍ତି। ନିଜ ଇଚ୍ଛାରେ ତ ବଂଚିବେ। ଜନସଂଖ୍ୟା ରୋକିବାର ନୂଆ ପଦକ୍ଷେପ ନୁହେଁ କି? ବିବାହ ବଂଶଜ ପାଇବାର ମାଧ୍ୟମ ତ! ହେଲେ ବଂଶଜ କଣ?

କେହି କେହି କୁହନ୍ତି ଘୋର କଳିଯୁଗ ହେଲା ବ୍ରାହ୍ମଣ ଘର ପୁଅ ହରିଜନ ଘର ଝିଅକୁ ଆଉ ହରିଜନ ଘର ପୁଅ ବ୍ରାହ୍ମଣ ଘର ଝିଅକୁ ନେଲା ।ନେଲା ମାନେ କଣ? ସଂସାର କରିବେ ନା କେବଳ ଲିଭ୍ ଇନ୍ ରିଲେସନ୍ସିପ୍ .... ସେ ସମ୍ପର୍କଟି ବି କଣ? ଯଦିଓ ସଂସାର କଲେ ଏମାନଙ୍କର ସନ୍ତାନ କେଉଁଠି ଭଲ ହୁଅନ୍ତିନି ।ଭଲ.... ଭଲ କଣ?

ଯୁଗ ସ୍ରଷ୍ଟା ମନୁ ଓ ଶତରୁପାଠାରୁ ସୃଷ୍ଟି ଆରମ୍ଭ କରିଥିଲେ ସେମାନଙ୍କ ସନ୍ତାନ କର୍ମ ନେଇ ଜାତି ବାଣ୍ଟି ନେଲେ ।ଜାତିର ଉତ୍ପତି କେଉଁଠୁ ବା କେବେଠୁ ହେଲା ତା ମୁଁ ଜାଣିନି। ବିଜ୍ଞାନ କୁହେ ଆମ ପୂର୍ବପୁରୁଷ ମଙ୍କଡ଼ରୁ ଉନ୍ନତ ହୋଇ ମଣିଷ ହେଇଛି । ମାଙ୍କଡ଼ ଅବସ୍ଥାରେ ଉଲଗ୍ନ ହେଇ ବୁଲୁଥିଲା କପଡ଼ା ପିନ୍ଧି ସଭ୍ୟ ହେଇ ମଣିଷରେ ରୂପାନ୍ତରିତ ହେଲା। ହେଲେ ମଣିଷ ପୁଣି ଧୀରେ ଧୀରେ ସ୍ଵଳ୍ପ ପରିପାଟି ପିନ୍ଧି ଗ୍ଲାମର ହେଲା। ଏ ସବୁ ଭିତରେ ଜାତି ... ଜାତି ନାଁରେ ରିଜର୍ଭବେସନ କୋଟା ... କୋଟା କଣ? ଜାତି ପାଇଁ ନା ଦରିଦ୍ରତା ହଟେଇବାର ଏକ ପ୍ରୟାସ ମାତ୍ର। ସେଥିପାଇଁ ହଣାମରା ପୁଣି କଙ୍କଡ଼ା ପ୍ରକୃତିର ଉତ୍ଥାନ ।

ଏଇ ସଂସାରରେ ପାରସ୍ପରିକ ସମ୍ପର୍କ କେତେ ମଧୁର କେତେ ତିକ୍ତ ତା ସମସ୍ତେ ଜାଣନ୍ତି। କେହି କେହି କହନ୍ତି ଜୀବନ ମାନେ ସକ୍ରିଫାଇସ୍ ... ତା'ର ଶେଷ ପରିଣନ୍ତି କଣ ଆତ୍ମହତ୍ୟା? ଅନ୍ୟର ଭୁଲ୍ ଆମେ ଖୁବ ଶୀଘ୍ର ବାଝିପାରୁ ନୁହେଁ କି?

ପୁଣି ଆସିଲା ନାରୀ ସଶକ୍ତିକରଣ ରାଷ୍ଟ୍ରରେ ନୂଆ ନିୟମ 'ପରକ୍ରିୟା ପ୍ରୀତି ଅପରାଧ ନୁହେଁ' ଏଥିରେ କିଛି ଛିଡ଼ା ହେଲେ ଛାତିରେ ହାତ ବାଡେଇଲେ ଆମ ପୁରୁଷତ୍ୱ ଆଘାତ ପାଉଛି। ଆମେ କେଉଁଠି ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହେଉଛେ। ହା.. ହା... ହା ଆମେ କେଉଁଠି ମିଳିତ ଜାତିସଂଘର କର୍ମକର୍ତ୍ତା... ପାଶ୍ଚାତାଟା କେଉଁଠି? ଆମେ ହାଇୟର ଏଜୁକେସନ ପାଇଁ ଇଂରାଜୀ ପଢ଼ିବା, ଆମେ ଇଂରାଜୀରେ କହି ଲେଖି ବାଃ ବାଃ ନେବା ହେଲେ ତାଙ୍କ ସଂସ୍କୃତି ଖରାପ। ଏ ତ ସେଇ କଥା ହେଲା ହରିଜନ ନିଜ କାନ୍ଧରେ ପଥର ଲଦି ସିମେଣ୍ଟ ସହ ନିଜ ଝାଳ ମିଶେଇ ମନ୍ଦିର କରିବା ପରେ ଠାକୁର ସ୍ଥାପନ କରି ଆମେ ତାଙ୍କୁ ମନ୍ଦିରକୁ ପ୍ରବେଶ ନିଷେଧ କରିବା। ଯେଉଁ ଠାକୁରଙ୍କୁ ନେଇ ଏତେ ଗର୍ଵ ସେ ରାମ ହୋଇ ଶବରୀ ଅଇଁଠା ଖାଇଲେ, କୃଷ୍ଣ ହେଇ ଜାରା ଶବର ପାଖେ ମୁଣ୍ଡ ନଇଁଲେ, ଦାସିଆ ବାଉରୀ ହାତରୁ ସ୍ଵୟଂ ଜଗନ୍ନାଥ ନଡିଆ ନେଇଗଲେ....କଣ ନା ଭକ୍ତ! ଭକ୍ତ ସାଲ ବେଗର ମା' ବ୍ରାହ୍ମଣୀ ପିତା ମୋଗଲ ସେ ହେଇଗଲେ ଯବନ ତଥାପି ତା ଭକ୍ତିରେ ପ୍ରଭୁ ନତମସ୍ତକ। ତେବେ ଏ ଜାତି , ଏ ପ୍ରତିପତି, ଏ ସଂସ୍କୃତି ସବୁ କ'ଣ?

ତୁମେ ପଶ୍ଚାତ୍ୟ କହୁଥିବା ସଂସ୍କୃତିରେ କଣ ଇମୋସନ୍ ନାହିଁ, ସେମାନେ କଣ ବାପା ମା ହୁଅନ୍ତି ନାହିଁ, ସେମାନେ କଣ ସ୍ୱଚ୍ଛଳ ଜୀବନଯାପନ କରନ୍ତି ନାହିଁ.... ହଁ ହୁଏତ ସେମାନେ ଗରା ଗରା କ୍ଷୀର ନେଇ ଶିବଲିଙ୍ଗ ଅଭିଷେକ କରନ୍ତି ନାହିଁ।

ସୁପ୍ରିମକୋର୍ଟ କି କଥା କହିଲା କି ନାରୀ ପୁରୁଷ ସମାନ। ପୁରୁଷ କିଛି ବି କରିପାରେ ଆଉ ନାରୀ ସାଧବ ବୋହୁ କୂପ ମଣ୍ଡୁକ ପରି କୂଅ ଜ ପୃଥିବୀ ଆଉ ସେ ହେଉଚି ଦ୍ରଷ୍ଟା। ସାଧବ ବୋହୂଟି ପାଇଁ ପୁଞ୍ଜା ପୁଞ୍ଜା ପ୍ରଶ୍ନ....କାହିଁକି? ସେ କ'ଣ ସବୁ ପାପର ଭାଗିଦାର ?ସ୍ୱ-ଇଚ୍ଛା କ'ଣ ତା ଅଭିଧାନର ବାହାରେ ? ସେ ଯଦି ସ୍ୱ କହେ ପାପ। ରାତି ଅଧରେ ନୀରବରେ ୱଟସ୍ ଆପ୍ , ଫେସବୁକ, ଟ୍ୱିଟର, ମେସ୍ଞ୍ଜରରେ ବିଭିନ୍ନ ଗୋପନ କଥା ପରିପ୍ରକାଶ କରିବା ପାପ ନୁହେଁ। କାହା ସହ ଡେଟ୍ ରେ ଯିବା ଠିକ୍ ହେଲେ କିନ୍ତୁ ସମ୍ପର୍କକୁ ସ୍ୱୀକାର କଲେ ସେ ହେବ ବ୍ୟଭିଚାରି ।ଏହା ହିଁ ସମାଜ। କିଛି ଅଧିକାର ବୋଲି କହିଲେ ସେ ନଷ୍ଟଚରିତ୍ରା। ମଣିଷ କେତେ ହିପୋକ୍ରେଟ ....ସତ ଶୁଣିବା ତା ପାଇଁ କେତେ କଷ୍ଟକର। ସମାଲୋଚନାକୁ ଏତେ ଡର! ବୁଦ୍ଧ ହେବା ସହଜ ହେଲେ ବୁଦ୍ଧ ବାଦେ ଦୀପ ପରି ସାଧବ ବୋହୁ ତା ପରିଚୟ ବଞ୍ଚେଇ ରଖିବା କଷ୍ଟ। ସେଇ ଦୀପ ଅଲୋକ ବି ଦେଇ ପାରେ ଜାଳି ବି ପାରେ।

-ସସ୍ମିତା ସାହୁ


Rate this content
Log in